ପ୍ରିୟା
ପ୍ରିୟା
କେତେ ସଂଭାଳିବ ବା ସେ ଆଖିର ଭୋକକୁ ?
ଚାରି ଚକ୍ଷୁର ମିଳନ ପରେ କ୍ରୀଡାବତୀ ପ୍ରିୟା
ଖୋଜୁଥାଏ ତା’ନଷ୍ଟ ଗଂଧର୍ବକୁ
କେବେ କେଉଁଠି ଥରୁଟିଏ ଦେଖିଦେଲେ
ପୁଣି ଫୁରସତ୍ କେଇ ମାସର
ପ୍ରିୟା
ନିଜର ଏକାଂତ ଅସହାୟତାକୁ ପଣତ କାନିରେ ବାଂଧୀ
ମତିକ ଅଂତର୍ଦାହରେ ବଂଚିରହେ ସେ
ପାପର ମୃଦୁହସରେ- କରୋନାର କଳା ବିଷରେ
ନିଜର ସମସ୍ତ ସାଧନାର ସୂତା ଖିଅ ଧରି
ସେ ପାରି ହୁଏ ଉଜାଣି ଯମୁନା
ଆଶାର ଜାଲରେ ପହଁରି ଆସେ ବୈତରଣୀ
ପ୍ରଲୁବ୍ଧା ପତଂଗ ପରି ଝାସ ଦିଏ ହୋମ ଙ୍କୁଡରେ
ତା’ର ଆଗତ ବିଗତ କିଛି ନାହିଁ
କାଳଂତରରେ ବଂଚି ରହେ କବିର ଲେଖନୀରେ ।।