STORYMIRROR

Koushik Lenka

Romance Classics

3  

Koushik Lenka

Romance Classics

ଆ'ନୂଆ ହେବା

ଆ'ନୂଆ ହେବା

1 min
226


ନୂଆ କିଏ

ତୁ ନା ତୁମେ

ପୁରୁଣା କିଏ

ମୁଁ ନା ଆମେ

କାହିଁକି ଏ ଅଭିନନ୍ଦନ

କାହା ଲାଗି ତୋର ଏ ଶୁଭେଛା।


ସତ କହତ!

କାଲି ଭାଙ୍ଗିଥିବା ସ୍ୱପ୍ନ

କ'ଣ ଆଜି ଯୋଡ଼ି ପାରିଛୁ

ମୁଁ ଜମା କହିବିନି ତୋତେ ମିଛ କହି ଆସେ ବୋଲି

ତାରିଖ ଭୁଲିଛୁ

ନା ମୋତେ ନେଇ ତୋଳିଥିବା

ଅମୁହାଁ ଦେ‌ଉଳକୁ ଭାଙ୍ଗି ପାରିଛୁ।


ଆଜି ବି ଅନ୍ଧାର ହବ

ବାଉଁଶ ପତର ଦେହରେ

ଜହ୍ନ ଖସରି ପଡ଼ୁଥିବ

ତାରା ମାନେ ତୋତେ ଦେଖୁଥିବେ

ଆଉ

ଆଉ ପୁଣି ତୋ ବାଁପଟ ଆଖି ପତାକୁ

ଡାହାଣ ପଟ ମୁଠାରେ ରଖି

ତୁ ତା'ଲାଗି ଫୁ' କରି ଉଡ଼େଇ ଦବୁ।


ଆଉ ଥରେ କହୁଛି ଶୁଣ

ତୋତେ ମିଛ କହି ଆସେନା...

କେତେ ଜଲଦି ଆମେ ବଦଳିଲୁ

ତୁ ଜାଣିଛୁ ତ!

ତମାମ ଜୀବନ ଏମିତି କଟିବ

ତୋ ବିନା

ମୋ ବିନା

ଆମ ବିନା ବୋଲି ତ ଜମା କହିବିନି।


ପୁରୁଣା ବହିରେ

ମଲାଟ ମଡ଼େଇ ଦେଲା ଭଳି

ଡିସେମ୍ବରର ଶେଷ ଦୁଆର ଯାଏଁ ତୁ

ପକେଇଥିବା ଆତ୍ମିୟତାର ଝୋଟିର ଦାଗ

ଏବେ ବି ଦିଶୁଛି।

ତୁ' କହତ ନୂଆ ବୋଲି କିଛି ଥାଏ କି

ଏଠି ଖାଲି ତୋତେ ମୁଁ

ମନେ ରଖିଛି ବୋଲି କରେ ନିଇତି ପୁଳାଏ ବାହାନା।


ଛିଡ଼ି ପଡ଼ୁ ଗୋଟେ ଆକାଶ

ଭାଙ୍ଗି ଯାଉ ଗୋଟେ ପକ୍ଷ

ମ‌ଉଳି ଯାଉ ଏକା ସଙ୍ଗେ ଦୁଇ ତିନିଟା ଋତୁ

ବାଲକୋନିର କିଶୋର ଖରାକୁ ବିଛଣା କରି

କେହି ଜଣେ କ୍ୟାଲେଣ୍ଡର ର ଅଙ୍କ କଷୁ~ଥାଉ


ମୋ ଗାଁ ବସ୍

ତୋ ସହର ଛାତି ଦେଇ ଗଲାବେଳେ

ଝରକା ପାଖ ପରଦା ଆଡ଼େଇ

ଭାବି ବସେ, ବଦଳେଇ ହୁଅନ୍ତା କି

ସେ କବିତାର ବାଗ ଢଙ୍ଗ

ଫେରେଇ ପାରନ୍ତି କି ତୋ ଭଲ ପାଇବା

ରାସ୍ତା ସରିଯାଏ ଆଉ ତାରିଖ ବଦଳିଯାଏ

ତୁ ନୂଆ ହେଇ ଥା'

ମୁଁ ପୁରୁଣା ଚିଠି ରେ ତୋତେ ଶୁଭେଛା ଲେଖି ଉଡ଼େଇ ଦେବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance