STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଏ ପାରିର ଫୁଲ ପାଇଁ

ଏ ପାରିର ଫୁଲ ପାଇଁ

1 min
247

ଏପାରିର ଆଖି କୋଣେ

  ସେପାରିର ସପନ

  ଏପାରିର ଫୁଲ ପାଇଁ 

  ସେପାରିରେ ଫଗୁଣ

  ମଝିରେ ଅବୁଝା ନଈ

  ବୁଝିବି ସେ ବୁଝେ ନାହିଁ

  ଏପାରି ତୁଳସୀ ଝୁରେ

   ସେପାରିରେ ଚନ୍ଦନ ...


  ଏପାରିର ଗୀତ ଶୁରେ

  ସେପାରିରେ ମୂର୍ଛନା

  ସେପାରିର ଦିଅଁ ପାଇଁ

  ଏପାରିରେ ଅର୍ଚ୍ଚନା

  ଅବୁଝା ଦିଅଁ ଦେବତା

  ବୁଝନ୍ତିନି ଏଇ କଥା

  ସେପାରିର ଅମ୍ପନକୁ

  ଏପାରିର କମ୍ପନ ...


  ଏପାରିର ଜହ୍ନ ଢାଳେ

  ସେପାରିରେ ଜୋଛନା

  ସେପାରି ଭଅଁର ଖୋଜେ

  ଏପାରିର ବାସନା

  ତଥାପିରେ ବାଟବଣା

  ହଜାଇ ଖୋଜେ ଠିକଣା

  ସେପାରିର ମଧୁପ ସେ

  ଏପାରିର ଗୁଞ୍ଜନ ...                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance