ଆଶାର ଆକାଶ
ଆଶାର ଆକାଶ
ଆଜି କାହିଁ ଏ ପୃଥିବୀଟା
ପୁଣି ଲାଗେ ନିଜର ନିଜର
କାମିନୀ କାଞ୍ଚନରେ ଭରା
ପ୍ରେମର ଅସରନ୍ତି ଫୁଆର ,
ସ୍ୱପ୍ନ ପ୍ରବଣ ହୃଦୟ ମୋ
ଉଲ୍ଲସିତ ପ୍ରେମର ସ୍ମୃତିରେ
ହଜିବାକୁ ଚାହେଁ ଏବେବି
ସାଥୀ ତମ ବାହୁ ବନ୍ଧନରେ,
କେମିତି ସେ ସକାଳ ଥିଲା
ଆକାଶର ଝରା ଆଲୁଅରେ
ପାହାନ୍ତି ସୂରଜ ସ୍ପର୍ଶ ରେ
ସମୟର ନୀଳ ଦରିଆରେ ,
ଅଳସ ଭାଙ୍ଗୁଛି ସବୁ ସ୍ମୃତି
ଦରଗଢା ସ୍ୱପ୍ନର ସହରେ
କଳ୍ପନାର ସେ ଫାଳେ ଜହ୍ନ
ରହିଛି ମୋ ହାତ ପାପୁଲିରେ ,
ଇଚ୍ଛା ହୁଏ ଫଗୁଣର ଏ
ରଙ୍ଗ ତକ ଦୂରେ ଫିଙ୍ଗି ଦେଇ
ତମ ରଙ୍ଗେ ରଙ୍ଗି ଯାନ୍ତି ମୁଁ
ପ୍ରିୟତମା ସାତ ଜନ୍ମ ପାଇଁ .... ।

