ପ୍ରିୟତମା
ପ୍ରିୟତମା
ସମୟର ସୁଅ ଜୀବନ ନଉକା
ଅକାତ ଯେ ଜଳ ରାଶି
ତଥାପି ସଙ୍ଘର୍ଷ ଲଙ୍ଘିବାକୁ ପଥ
ଝଡ ଝଞ୍ଜା ଦିବା ନିଶି
କୁହୁଡି ବଳୟ ଶାନ୍ତ ଦିଗବଳୟ
ଦିଶୁଛି ରକ୍ତିମ ଆଭା
ମାଟିରେ ଲୋଟିଛି ପାରିଜାତ ପୁଷ୍ପ
ଚଉଦିଗ ଉଭା ଉଭା
ନିଘଞ୍ଚ କାନନ କାକଳିର ସ୍ଵନ
ବୁଲୁଥିଲି ଏକା ଏକା
କାଖରେ କଳସି ତରୁଣୀ ଷୋଡ଼ଶୀ
ଅଚାନକ ହେଲା ଧକା
ରୂପ ମନୋହର ଆନନ ରୁଚିର
ହସ ତାର ମିଠା ମହୁ
ସଦ୍ୟ ପରିଧାନ ପାଲଟା ବସନ
ଦେହରୁ ଝରୁଛି ଆୟୁ
ଭୟରେ ତାହାର ଥରୁଥିଲା ଦେହ
ଓଠେ ଥିଲା ନୀରବତା
ମୁରୁକି ହସିମୁଁ ପଚାରିତ ଦେଲି
କିଏ ତୁମେ ପ୍ରିୟତମା
ଲାଜରେ ତାହାର ନଇଁଗଲା ମଥା
କହିଲା ଛାଡ ମୋ ବାଟ
ଦେଖିଦବ ଯଦି କିଏ ଏଠି ମୋତେ
ଘରେ ବସିଯିବ ହାଟ
ଏଇ କିଛିଦୂରେ ଘର ଯେ ମୋହର
ଆସିପାର ଯଦି ଇଛା
ଅଗଣାରେ ଅଛି ବଉଳ ଗଛଟି
ଚଉରା ତା ପାଖେ ପୂଜା
ଚାଲିଗଲା ସିନା ନକହି ତା ନାଁ
ମନ ମୋର ଚୋରି କରି
ଜାଣିଗଲି ସେ ଯେ ନିରୀହ ଝିଅ
ଅଗଣା ତୁଳସୀ ପରି
ମନରେ ମୋହର ନଥିଲା ସାହସ
ଘରକୁ ତାହାର ଯିବା
ଅଜାଣତେ ତାର ସେଇ ବାଟେ ମୁଁ
କରୁଥିଲି ତାର ପିଛା
କଣେଇ କଣେଇ ବୁଲି ଚାହୁଁ ଥିଲା
କିଛିବାଟ ଚାଲି ଚାଲି
ଏପରି ତାହାର ହାବ ଭାବ ଦେଖି
ସବୁକିଛି ବୁଝି ଗଲି
ଆଉ ଏକ ଦିନେ ପୁଣି ସେ ବାଟେ
ଚାହିଁ ବସିଥିଲି ଏକା
ସକାଳ ପହରୁ ସଞ୍ଜ ନଇଁଗଲା
ମିଳିଲାନି ତାର ଦେଖା
ମନରେ ମୋହର ଅନେକ ସଂଶୟ
ହେଉଥିଲା ଆତଯାତ
ଭାବିଲି ତାହାର ଘର ଆଡେ ଟିକେ
ବୁଲିଯିବା ତକ୍ଷଣାତ
ଅଳପ ଦୂରରୁ ଘରକୁ ଚାହିଁଲି
ପ୍ରିୟା ଆସେ ନଇଁ ନଇଁ
ହାତରେ ଧରିଛି ସଞ୍ଜବତୀଟିଏ
ମୁଣ୍ଡରେ ଓଢଣା ଦେଇ
କେମିତି ତା ସାଥେ ହେବ ମୋର ଦେଖା
ମନ ହେଲା ହାଇଁ ପାଇଁ
ଅଜଣା ଠିକଣା ପଚରିବା ପାଇଁ
ଅଗଣାକୁ ଗଲି ଧାଇଁ
ମତେ ଦେଖି ପ୍ରୀୟା ମୁରୁକି ହସିଲା
କହିଲା ବାହାନା ଥାଉ
ଦେଖା କରିବାକୁ ଏତେ ଯଦି ଇଛା
ଘରକୁ ଆସିବା ହେଉ
କେଜାଣି କେମିତି ଦମ୍ଭର ସହିତ
ହୋଇଗଲି ମୁଁ ତ ରାଜି
ଆଗେ ଆଗେ ପ୍ରିୟା ପଛେ ମୁଁ ତାର
ଘରେ ଦେଲି ପାଦ ଥାପି
ବାପା ପଚାରିଲେ କିଏ ବାବୁ ତୁମେ
କାହିଁକି ଆସିଛ ଏଠି
ଉତ୍ତରରେ କିଛି କହିବା ଆଗରୁ
ପ୍ରିୟା ରୋକିଦେଲା ପାଟି
ସେ ପାଖ ଗାଁର ବଇଦଙ୍କ ପୁଅ
ନାମ ତାଙ୍କ କୃପାସିନ୍ଧୁ
କିଛିଦିନ ହେବ ସହରୁ ଆସିଛି
ଗାଁ ମାଟି ବୁଲିବାକୁ
ଏତିକି ରେ ବାପା ମୁରୁକି ହସିଲେ
ପଚାରିଲେ କେତେ କଥା
ଅବାକ ହୋଇ ମୁଁ ପ୍ରିୟାକୁ ଚାହିଁଛି
କେମିତି ଜାଣିଲା ମତେ
କିଛି ସମୟର କଥାବାର୍ତା ପରେ
ଖୋଲିଲା ସନ୍ଧେହ ଫାଟ
ବାପାଙ୍କର ବନ୍ଧୁ ଦିନୁ ମଉସା ସେ
ଝିଅ ତାଙ୍କ ଏକ ସେତ

