STORYMIRROR

Kumar Pradyota

Romance

3  

Kumar Pradyota

Romance

"ନିରବ ହୃଦୟର ସ୍ପନ୍ଦନ"

"ନିରବ ହୃଦୟର ସ୍ପନ୍ଦନ"

1 min
1.3K

ଆଚ୍ଛାଦିତ ଜୋସ୍ନାର କିରଣ

ତାରମେଳେ ଜହ୍ନ ଖିଲି ହସେ

କଥା ତୁମ ଭାରି ମନେପଡେ

ବସାବାନ୍ଧେ ଅସୁମାରୀ ସ୍ୱପ୍ନ

ଭାସିବୁଲେ ସ୍ୱପ୍ନ ଦୁନିଆରେ

ତୁମେ ଥାଅ ବାହୁ ବନ୍ଧନରେ

ଆମେ ଦୁହେଁ ପରି ରାଇଜରେ

ଶଶି ଥାଏ ହାତ ପାହାନ୍ତାରେ

ଭାସମାନ ମେଘର ମଲ୍ଲାର

ତଟିନୀରେ ପଦ୍ମର ସମ୍ଭାର

ମହ ମହ ଅଗୁରର ବାସ

ସତେ ଅବା ରାଜାର ଉଆସ

ଶୁଭୁଥାଏ ଶଙ୍ଖ ଧୁନି ଶବ୍ଦ

ହୋମ ନିଆଁ ଅଗ୍ନି ପ୍ରଜ୍ଜୁଳିତ

ବରବେଶେ ମୁଁ ସୁସଜ୍ଜିତ

ଵାମଙ୍ଗିରେ ତୁମେ ଅଭିହତ

କାନ୍ତି ତୁମ ସତେ ଅପସରା

ଫିକା ପଡେ ଗଭାର ଗଜରା

ବକ୍ଷ ଦେଶେ ସୁବର୍ଣ୍ଣ ଛାଉଣୀ

ମସ୍ତକରେ ଶୋଭେ ଚୂଡ଼ାମଣି

ପୁଷ୍ପମାଲ୍ୟ ଆଦାନ ପ୍ରଦାନ

ବିବାହର ପବିତ୍ର ବନ୍ଧନ

ସାତଘେରା ଅଗ୍ନି ଚାରିପାଖେ

ସାତ ଜନ୍ମ ସାଥି ଆମେ ସତେ

ବାସଭରା ଚାନ୍ଦିନୀର ରାତି

ତୁମେ ଥାଅ ମୋ ପ୍ରତୀକ୍ଷାରେ

ଜହ୍ନ ପୁଣି ଲାଜକୁଳି ହୋଇ

ଲୁଚି ଯାଏ ବଉଦ କୋଳରେ

ଫୁଲଭରା ପଲଙ୍କ ଓ ସେଜ

ଓଠ ତୁମ କରୁଥାଏ ଲାଜ

ପାଖେ ତୁମ ଯେବେ ଆସେ ମୁହିଁ

ନିସ୍ତେଜ ରେ ତୁମେ ଯାଅ ଶୋଇ

ଭାଙ୍ଗିବାକୁ ତୁମ ନୀରବତା

ଜାଗିଉଠେ ମନେ ଉନ୍ମାଦତା

ଭିଡି ଧରେ ବାହୁ ବନ୍ଧନରେ

ମିଞ୍ଜି ମିଞ୍ଜି ଦୀପ ଆଲୋକରେ

ଏମିତିରେ ସ୍ୱପ୍ନ ଭାଙ୍ଗିଯାଏ

ହାତେ ମୋର ତକିଆଟି ଥାଏ

ସ୍ୱପ୍ନର ସେଇ କିଛି ମୁହୂର୍ତ

ଆନନ୍ଦତା ମନେ ଭରିଦିଏ

ବାସ୍ତବରେ କେବେ ସତହେବ

ସେଇ କଥା ଭାବେ ଏଇ ମନ

ପ୍ରେମରତ ପରିଭାଷା ଇଏ

ନିରବ ହୃଦୟର ସ୍ପନ୍ଦନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance