ତୁମେ
ତୁମେ
ତୁମେ ଥିଲେ ରାତିରେ ବି ସୂର୍ଯ୍ୟାଲୋକ ଝରେ
ତୁମେ ଥିଲେ ଶୀତ ହସେ ମୃଦୁ ମଳୟରେ
ତୁମେ ଥିଲେ ହାରିଯାଏ ଉତ୍ତର ବୟସ
ତୁମେ ଥିଲେ ବଢୁଥାଏ ପୀରତିର ଶୋଷ।।
ତୁମେ ଗଲେ ଉଜୁଡେ ଏ ନନ୍ଦନ କାନନ
ତୁମେ ଗଲେ ଶୋଇ ପଡେ ଚଞ୍ଚଳ ଏ ମନ
ତୁମେ ଗଲେ ପୂର୍ଣ୍ଣମାସୀ ହୁଏ ଅମାସିଆ
ତୁମେ ଗଲେ ରଙ୍ଗ ଲାଗେ ମସିଆ ମସିଆ ।।
ନଥିଲେ ନଥିଲ ପଛେ କେବେ ଜୀବନରେ
ନବ ଜନ୍ମା ମଧୁପ କି ମଧୁ ପାଇଁ ଝୁରେ
ଆସି ସ୍ବପ୍ନ ଭରିଦେଲ ରାତିରେ ରାତିରେ
ସେ ରାତ୍ରୀର ସୁଖ ଏକା ସ୍ବପ୍ନଦ୍ରଷ୍ଟା ଜାଣେ।।
ଏଣୁ ସାଥି ସାଥେ ସାଥେ ସଦା ଥାଅ ରହି
ନାସିକାରେ ବାୟୁ ଜେହ୍ନେ ଥାଏ ସଦା ବହି
ପ୍ରାଣ ବିନା ପିଣ୍ଡର ବା କିବା ଉପଯୋଗ
ସାଥି ବିନା ଲାଗୁଥାଏ ଜୀବନ୍ତ ବିୟୋଗ।।