STORYMIRROR

Papu parida

Romance Others

4  

Papu parida

Romance Others

ପ୍ରେମ ମାସ

ପ୍ରେମ ମାସ

1 min
368

ଫଗୁଣେ ବୋଳିଲୁ     ଅଲିଭା ଅବିର

     ଓଦା କଲୁ ଶ୍ରାବଣରେ

ଭୁଲିଗଲି ଯେତେ     ଜଳିଥିଲି ମୁହିଁ

     ବୈଶାଖର କିରଣରେ।


ମାଘରେ ଏ ସନ    ଅଲୋଡ଼ା କମ୍ବଳ

    ଅଲୋଡ଼ା ଆଷାଢ଼େ ଛତା

ଥରିବାକୁ ଦେଏ     ଭିଜିବାକୁ ଦେଏ

     ଭୁଲି ଚୈତ୍ରର ଉଷ୍ମତା।


ଆଶ୍ୱିନ ମାସର     ପାର୍ବଣ ପରି ତୁ 

    ଆସିଲୁ ମୋର ଜୀବନେ

ପ୍ରେମ ନିଆଁ ଜାଳି   ଶୀତଳ ପୁଷରେ

   ବାନ୍ଧିଲୁ ପ୍ରେମ ବନ୍ଧନେ।


ନୂଆଁ ନୂଆଁ ପ୍ରିୟା    ଭାଦ୍ରବର ଭାବ

     ଦେଖିବା ନୂଆଁ ସପନ

ଜେଷ୍ଠରେ ସାଜିବୁ   ତୁ ମୋ ସାବିତ୍ରୀ

     ମୁଁ ଯେ ତୋର ସତ୍ୟବାନ।


ସାଥି ହୋଇ ଯିବା    ମନ୍ଦିରକୁ ବୁଲି 

     ଧର୍ମ ମାସ କାର୍ତ୍ତିକରେ

ମୋ ଘର ଅଗଣା   ଚାହିଁ ରହିଛି ଲୋ 

    ଝୋଟି ଦେବୁ ମାର୍ଗଶିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance