STORYMIRROR

SUJATA DAS

Romance

4  

SUJATA DAS

Romance

ମୋ ହୃଦୟର ବ୍ୟଥା

ମୋ ହୃଦୟର ବ୍ୟଥା

1 min
315


ଭାବିଥିଲି ମନେ,,,, 

  ଦେଖା ହେଲେ ତୁମେ,,,, 

   ମନ କଥା ଦେବି କହି, 

 ଜୀବନ ଯନ୍ତ୍ରଣା,,,,, 

  ଅକୁହା ବେଦନା,,,,, 

  ଲୁହ ହୋଇ ଯିବ ବୋହି !

 ତୁମରି ବକ୍ଷରେ,,, 

  ଝରିଯିବ ସବୁ,,,, 

   ଜୀବନର ଯେତେ ବ୍ୟଥା, 

 ଆଖିର ପଲକୁ,,,,, 

  ପଢ଼ୀନେବ ସବୁ,,,, 

   ଅକୁହା ଗୋପନ କଥା !

 ତୁମ ମିଠା କଥା,,,, 

   ଦୁଇ ଚାରି ପଦେ,,, 

   ସବୁ କଷ୍ଟ ଭୁଲିଯିବି, 

 ତୁମରି ଓଠରୁ,,,,, 

   ହସ ଟିକେ ନେଇ,,,,, 

   ହସି ହସି ବଞ୍ଚିଯିବି !

 ଇନ୍ଦ୍ରଧନୁ ରଙ୍ଗେ,,,, 

  ଆଙ୍କି ଦେବ ତୁମେ,,,,, 

   ମୋ ହୃଦୟେ ପ୍ରୀତି ଦେଇ, 

 ମନ ସରୋବରେ,,,, 

   ଫୁଟିଯିବ ପଦ୍ମ,,,,, 

    ଅସରନ୍ତି ବାସ୍ନା ନେଇ !

 ତୁମେ ଗଲା ପରେ,,,, 

   ଅଧାଲେଖା ସବୁ,,,,, 

   ପାରୁନି ପୂରଣ କରି, 

  ଦିନ ରାତି ସବୁ,,,,, 

   ସମାନ ମୋ ପାଇଁ,,,,, 

    ହୃଦୟ ହୁଅଇ ଝୁରି !

ହେଲେ ତୁମେ ପରା,,,,

   ଭୁଲିଗଲ ସବୁ,,,,,

     ହୃଦୟର ପ୍ରତିଶୃତି,

ହଜିଗଲା ସବୁ,,,,

   କଳ୍ପନା ଜଳ୍ପନା,,,,

     ହଜିଲା ପ୍ରଣୟ ମୋତି!

ପ୍ରତାରଣା ସିନା,,,,

   କରିନାହଁ ତୁମେ,,,,,

     ପ୍ରତାରିତ ମୋ ହୃଦୟ,

ଲୁହର ସୁଅରେ,,,,,

   ଧୋଇ ମୁଁ ଦେଇଛି,,,,,

     ସମ୍ପର୍କର ପରିଚୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance