STORYMIRROR

Lipika Naik

Romance Others

4  

Lipika Naik

Romance Others

ତୁ ଏକ ଅଭିର୍ଣ୍ଣ ପ୍ରେମ

ତୁ ଏକ ଅଭିର୍ଣ୍ଣ ପ୍ରେମ

1 min
268

ତୁ ଏକ ମନର ଉଲ୍ଲାସ, ଓଠେ ଆଣୁ ମୋର ହସ !

ତୁ ଏକ ମରୀଚିକା ସ୍ବପ୍ନ, ବାସ୍ତବରେ ନଥାଏ ସତ !

ତୁ ଏକ ମେଘର ମଲ୍ହାର ଗୀତ, ମୋ କଣ୍ଠେ ସମ୍ଭବ ନୁହଁ !

ତୁ ଏକ ପ୍ରେମର ରୋଗ, ଔଷଧର ନାହିଁ ପ୍ରୟୋଜନ !

ତୁ ଏକ ଆକର୍ଷଣର ନାମ, ଯାହା ଆଖିରେ ଦେଖାଏ ସପନ !

ତୁ ଏକ ହୃଦୟର ସତ ପ୍ରେମ, ବଞ୍ଚି ରହିଥାଉ ଜନ୍ମ ଜନ୍ମ !

ତୁ ଏକ ବଦନାମ ଗଳିର ଲୋକଙ୍କ ସମାଲୋଚକ

, ତଥାବି ଅବୁଝା ଏ ବୟସ !

ତୁ ଏକ ବିରୋଧ ସମ୍ପର୍କର ଜିଦିଆ ମନ, ବୁଝେଇ ବୁଝୁନା ହଉ ଅଝଟ !

ତୁ ଏକ ବନ୍ଦନର ଲୁଚା,ଛୋପା ପ୍ରେମର ସଂଗମ !

ତୁ ଦେଉ ବିରହର ଅନ୍ୟ ନାମ !

ତୁ ଭାଙ୍ଗି ଦେଇଥାଉ ଅନେକ ସରଳ ମନ !

ତୁ କେବେ ଜିତୁ ପୁଣି,ଦେଇ ନିଜ ଜୀବନ !

ତୁ ପୁଣି ମହାନ ବନି,ଅହରି ଯାଉ ପ୍ରେମକୁ ଦେଇ ଜଳାଞ୍ଜଳି  !

ତୁ ଶକୁନ୍ତଳା, ଦୁଷ୍ମନ୍ତର ଅଧା ଲେଖା ଗପ !

ତୁ ରାଧା, କୃଷ୍ଣର ଅଧୁରା ପ୍ରେମ !

ତୁ ମରୀଚିକା ସାଜୁ ଦେଇ ଆଖିରେ ଲୁହ !

ତୁ ପ୍ରେମୀ ନୁହଁ ବିରହ ଅଧ୍ୟାୟର ଏକ ଭାଗ !

ତୁ ଜୀବନର ଏକ ମାତ୍ର ନିଃସ୍ୱାର୍ଥ ଭାଗ୍ୟର ପ୍ରଦୀପ !

ତୁ ନହେଲେ ମଣିଷର ନାଁ ହୁଏ ଅସମ୍ପୂର୍ଣ୍ଣ !

ତୁ ଏକ ପ୍ରେମ ସାଗରର ସରଳ ହୃଦୟ !

ତୁ ଦେଉ ଉତ୍ୟକ୍ତ ମନରେ ମଲମ ଲେପି !

ତୁ ଏକ କୋଠର ହୃଦୟର ଧୀର ପାଣି !

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance