STORYMIRROR

Pramod Kumar Bhoi

Romance

3  

Pramod Kumar Bhoi

Romance

ସ୍ମୃତି ଭରା ରାତି ମୃଦୁ ବ୍ୟଥା

ସ୍ମୃତି ଭରା ରାତି ମୃଦୁ ବ୍ୟଥା

1 min
24

ଥିଲି ଉଜାଗର ହୋଇ ଚିନ୍ତା ଗ୍ରସ୍ଥ

କୁଟୁମ୍ବ ସଂସାର ସାଗରେ ବୁଡି।

ତୁମ ଦୂରୁ ଭାଷା ହୋଇଲା ଭରସା

ଭାବକୁ ଅଭାବ ହେଲେ

ଅଦୃଶ୍ୟ ଦୃଷ୍ଟି ଗୋଚର ହେଲା

ମୋ ହୃଦୟ ର ମାନସ ପଟରେ।

ତମ କେଇ ପଦ ସମ୍ପର୍କର ଶବ୍ଦ ଶୁଣି

କର୍ଣ୍ଣକୁ କଲା ମଧୁର ମିଶ୍ରିତ ଶଦ୍ଦ ସଂଯୋଜନା।

ଶ୍ରୀହରଣ ହେଲା ମନ କୁଞବନ ଉପବନେ

ସତେ କି କାମଦେବ ପଞ୍ଚସର କଲେ ନିକ୍ଷେପଣ।

ଚିନ୍ତା ଦୂର ହେଲା ପୁଣି ତବ ପ୍ରୀତି ଭାବ

ତମେ ବିଶ୍ବାସ କରକି ନ କର ଭାଷା ନାହିଁ ମୋ'ର।

ତୁମ ପାଖେ ବସି ଥିଲେ ଅଭିମାନୀ ପ୍ରିୟ ତମାମ

ଲାଜ ର ଓଢଣା ତଳେ ଦିସୁଛି ଝିନବସନୀର ଓଠର

ମୃଦୁ ଚାହାଣୀ ର ପ୍ରେମ ର ପରିଭାଷା।

 ପଢି ହେଉଥିଲା ଆଖି ର ଭାଷା କୁ ପ୍ରେମ ପ୍ରତାରଣା

ବିରହେ ଯନ୍ତ୍ରଣା କେତେ ସତ କେତେ ମିଛ।

ତମେ ତ ରହିଲ ସହର ପାଖରେ ମୋର ଅବସ୍ଥିତି ବଣରେ

ଲାଗୁଥିଲା ସତେ ଯେମିତି ଅନତି ଦୂରରେ ନିର୍ମାଣାଧୀନ

ତାଜମହଲ ପ୍ରେମ ପ୍ରୀତି ଷୋଳ ଟି ଫଗୁଣ ରେ।

ନାଲି ନେଲି ଆଲୁଅ ରେ ହସୁଛି ପ୍ରିୟା ତୁମ

ସେଯ ପଲଙ୍କରେ ପ୍ରଣୟ ଅପେକ୍ଷା ରେ

ଭୁଲି ମାନ ଅଭିମାନ ପ୍ରେମ ବିଚ୍ଛେଦ ରେ।

ଆଙ୍କି ଦିଅ ଓଠରେ ତାଙ୍କୁ ଅମୃତ ଚୁମ୍ବନ

ଭିଜି ଯାଉ ସର୍ବାଙ୍ଗ ଶରୀରଟା ସ୍ମୃତି ଫଗୁଣ ରେ।

ଝିପି ଝିପି ବର୍ଷା ର ନୂପୁର ସ୍ଵରରେ

କବି ର ଭାବନା ଯଦି ନହୁଅଇ ମିଥ୍ୟା

ଶ୍ରାବଣ ମାସର ଝଡ଼ିବରଷାଟା ନ ଦେଉଟି ବ୍ୟଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance