STORYMIRROR

Pramod Kumar Bhoi

Classics Others

4  

Pramod Kumar Bhoi

Classics Others

କର୍ମ ଅନୁଯାୟୀ ଫଳ

କର୍ମ ଅନୁଯାୟୀ ଫଳ

1 min
15


ସ୍ତ୍ରୀ କୁ ସୁଖ ଟିକେ ମାଗିଲି ଯେ

ଅଜାଡ଼ି ଦେଲା ଯନ୍ତ୍ରଣା ଭିତରକୁ

ମା କୁ ପାଣି ଟିକେ ମାଗିଲି ଯେ

ଭୋକ ମେଣ୍ଟେଇବାକୁ ତା ଛାତି ରୁ

ଅଜାଡ଼ି ଦେଲା ଅମୃତର ବାରି

ଭରି ହୋଇ ଗଲା ପେଟ ମୋର

ପୁଅକୁ ସାହାଯ୍ୟ ଟିକେ ମାଗିଲି ଯେ

ସେ କହିଲା ସମୟ ନାହିଁ ମୋ ପାଖରେ

ବାପାଙ୍କୁ ପଇସା କିଛି ମାଗିଲି

ନିଜକୁ ସଜାଡି ବାକୁ

ଅଜାଡ଼ି ଦେଲେ ପାଦତଳେ ମୋର

ତାଙ୍କ ର ସବୁ ତକ ସମ୍ପତ୍ତି

ମୁଁ ଅଣ ନିଶ୍ଵାସି ହୋଇଗଲି

ମୋ ପାଇଁ କିଏ ନିଜ ର

ମା ବାପା/ନା ସ୍ତ୍ରୀ ପୁଅ

ବାଟ ବଣା ହୋଇ ଗଲା ମୋର ବିବେକ

ଭାଷା ଶୂନ୍ୟ ହୋଇଗଲା ମନ

ଚୂରମାର ହୋଇ ଗଲା ଆଶା ଆଙ୍କାକ୍ଷା ମୋର

ଅନ୍ଧାର ହୋଇ ଗଲା ମୁଣ୍ଡରୁ ତଲିପା ଯାଏଁ

କ'ଣ କରିବି/କେମିତି ବଞ୍ଚିବି/କେଉଁ ଠିକୁ ଯିବଆଗକୁ ନା ପଛକୁ ବଞ୍ଚିବି ନା ମରିବି

ନିଜେ ହସିବା ନା ଅନ୍ୟ କୁ ହସେଇବି

ଏମିତି କାହାଣୀ ଭାବି ଭାବି ରାତି ପାହିଲା

ସମାଧାନ ର ପଥ ଖୋଜି ଖୋଜି ଶେଷ ରେ

ବୃଦ୍ଧା ମା ବାପା ପାଖକୁ ପହଞ୍ଚିଲି

ପଚାରିଲି କଣ କରିବା ବାପା ମା ଏକ ସ୍ଵର ରେ

କହିଲେ ଧନରେ ନିଜକୁ ଜାଳି ଜାଳି ଅନ୍ୟ କୁ ଖୁସି

ରଖିବା ଉତ୍ତମ ମଣିଷ ପଣିଆ ଉଦାହରଣ ସ୍ୱରୂପ

ଆମେ ଦୁଇଜଣ ବୁଢ଼ା ବୁଡି

ହାତ ମୋର ଯୋଡ଼ି ହୋଇ ଗଲା ମନେ ପଡ଼ିଲା

ଅତୀତ ବର୍ତମାନ ଭବିଷ୍ୟତ ମୋ କର୍ମ

ପାଟିରୁ ବାହାରି ଆସିଲା

ବାପା ମୋର ଜଗନ୍ନାଥ ମା ମୋର ଲକ୍ଷ୍ମୀ

ଘର ମୋର ଶ୍ରୀମନ୍ଦିର ଯେତେ କଲି ପାପ

ଧୋଇବ ଠାକୁର ମୋ କର୍ମ ଫଳ ଭୋଗୁଛି

ଦେଖୁଛନ୍ତି ଚଲନ୍ତି ଠାକୁର।

    ‌‌       

    ‌


           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics