STORYMIRROR

Pramod Kumar Bhoi

Classics

4  

Pramod Kumar Bhoi

Classics

ତୁମେ ଗଲା ପରେ

ତୁମେ ଗଲା ପରେ

1 min
20

ତୁମେ ଗଲା ପରେ ଭୁଲ୍ ହୋଇ ଗଲା

ଚାଲି ବାର ରାସ୍ତା ମୋର

ତୁମେ ଥିଲା ବେଳେ ଯେତେ ଝୁଣ୍ଟୁ ଥିଲି

ହାତ ଧରି ଟାଣୁଥିବା ଦେଖିଛି ବଉ।

ତମେ ଗଢି ଥିବା ସୁନା ସଂସାର ଟା

ଚୂନା ହୋଇ ଗଲା ଅଦିନିଆ ବତାଷି ଝଡେ

କେତେ ଦୁଖ କଷ୍ଟେ ଦିନ ବିତୁଛି

ସାହା ନାହିଁ ପାଖେ କିଏ।

ନିଜ ଦୁଃଖ ଭୁଲି ଅନ୍ୟକୁ ହସାଇବା କୁ

ସାମର୍ଥ ନାହିଁ ମୋ ଭିତରେ ମଣିଷଟି ମୁଁ

ତଥାପି ଅବିରତ ଚେଷ୍ଟିତ ମୋ ତନୁ ମନ

ଲୁଚି ଲୁଚି ଲୁହ ଢାଲେ କେତେ.

ତୁମେ ଗଲା ପରେ କେତେ ଯେ

ନିନ୍ଦା ଅପବାଦ ବାଜୁଛି କାନରେ ମୋର

ଉତ୍ତର ଜାଣିନି କହିପାରୁ ନାହିଁ କହି ପାରିବି ନି

ସ୍ଵାର୍ଥପର ଦୁନିଆରେ ନିଃସ୍ଵାର୍ଥପର ମଣିଷଟି ମୁଁ

ତୁମେ ଗଲା ପରେ ବୋଉ ପାହାନ୍ତିଆ ରାତି

ତାରାଗଣିଗଣି ସରିଯାଇଥିବ ନିଦ ମୋର

ଗୁମୁରି ଗୁମୁରି କାନ୍ଦୁଛି ଆଜି ନାନା ବାୟା ଗୀତ ତୋର

ଧୋରେ ବାଇଆ ଧୋଇ

. ତୁମେ ଗଲା ପରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics