STORYMIRROR

Pramod Kumar Bhoi

Romance

3  

Pramod Kumar Bhoi

Romance

ପ୍ରୀତି ର ଝଲକ

ପ୍ରୀତି ର ଝଲକ

1 min
11

ଭୂଦୋ ଯାଉଯାଉ ଅଏଲ ଦଶହରା ମାସ

ଆଖି ଠରା ଠରି ହାତ ଧରା ଧରି ଚୁମା ଦିଆନିଆ

ଜଣା ପଡୁଥାଏ ପହିଲି ଫଗୁଣ ର ପ୍ରୀତି ର ଝଲକ।

କେତେ ସଜବାଜ କୁଆଁରୀ କନିଆଁ ଦଶହରା ପରବ ସଞ୍ଚେ

ନୂଆ ବିବାହିତା ଜୀବନ ଆରମ୍ଭ ପଛର ସ୍ମୃତି କୁ ସାଉଁଟି।

ମନ ଉପବନେ ନିଆଁ ଲାଗି ଥାଏ ଆହାଃ କି ମଧୁର ସୁରଭି

ଦଗାଦିଆ ଚୋରା ପିରତି ନିଶାରେ ଭାସି ଯାଇ ଥାଆନ୍ତି

ଜାଣିବି ଅଜଣା ବୁଝେ ନାହିଁ ମନ ଯୌବନ ର ଫୁଲ ଫୁଟି।

କେତେ ଲୁଚକାଳି କେତେ ହସ କଉତୁକ ମନେ ପଡିଯାଏ

ଅତୀତ କୁଆଁରୀ ପୁନେଇଁ ଜହ୍ନି ଓଷା ଦଶହରା ପର୍ବ ସ୍ମୃତି।

ସହଜେ ଅଲପ ବୟସୀ ମଦାଲସି ବଉଳ କଷି

ଲାଜ ଲାଜ ତାର ମୁରୁକି ମୁରୁକି ହସି ଶରଦ ଶଶି।

ରୂପ ଯୌବନ ଲାବଣ୍ୟବତୀ ଯାଏ ଝଲସି 

ପ୍ରୀତି ର ମହୁଲ କଷି ମଉନାବତୀ ଡୁମେର କଷି 

ଏତ ଅଲପ କଷି ଛୁଉଁ ଛୁଉଁ ଛିଣ୍ଡି ଯାଉଛି ବେଶି।

ବାସନା ତାର ଚହଟେ ବେଶି ଅଲପ ହସି

ପ୍ରୀତି ର ଝଲକ ବାଣ୍ଟୁଛୁ ବେଶି।


రచనకు రేటింగ్ ఇవ్వండి
లాగిన్

Similar oriya poem from Romance