STORYMIRROR

Pramod Kumar Bhoi

Romance

3  

Pramod Kumar Bhoi

Romance

ବିବାହ ବନ୍ଧନ

ବିବାହ ବନ୍ଧନ

1 min
18

ତମେ ଏମିତି ଏକ ଗପ ତମ ଭିତରକୁ ପଡ଼ିଲେ

ଅନୁଭବ କରିହୁଏ ଜୀବନ ର ଅନୁତାପ ର ଭାବ।

ତମେ ଏମିତି ଏକ ସ୍ମୃତି ତମକୁ ଭୁଲିବାକୁ ଚାହିଁଲେ

ଭୁଲିବାକୁ ପଡିଥାଏ ପିଲା ଦିନ ଧୂଲିଘର ଖେଳ।।

ତମେ ଏମିତି ଏକ ସ୍ଵପ୍ନ ଛାଇ ନିଦରେ ଆସିଥିଲ

ଆସୁ ଆସୁ ରୋମାଞ୍ଚିତ କରିଦେଲ ତନୁ ମନ ଶରୀରକୁ।

ତମେ ଏମିତି ଏକ ଗଛର ଫୁଲ ଟିଏ

ତମ ପାଇଁ ସମ୍ଭବ ହୋଇଛି ମୋ ଭଲପାଇବାର ଇତିହାସ।

ସମ୍ଭବ ହୋଇଛି ବାପାବୋଉଙ୍କର ଆଶା ଆଙ୍କାକ୍ଷାର

ହଳଦୀ ଗୁରୁ ଗୁରୁ ନାଲି ଟୁକୁ ଟୁକୁ ସାଧବ ବୋହୂ ଟିଏ।

ଆମ ଘରେ ଅଗଣାରେ ହସି ଉଠୁଛି ତମ ନୂପୁର ଶବ୍ଦ 

କୁଆ କୁଆ ଶବ୍ଦରେ ପ୍ରକମ୍ପିତ ଆମ ଚତୁଃପାର୍ଶ୍ଵରେ

ବାପା ବାପା ମା ମା ଡାକରେ ବାହାରେ ଭିତରେ।

ଏଇଟା ତ ସେ ଗପ ଯା ନା ବିବାହ ବନ୍ଧନ

ଏ ଜନ୍ମ ରୁ ସାତ ଜନ୍ମ ଯାଏଁ ଭାବ ମିଲନ ବନ୍ଧନ।

ବାହା ବେଦୀ ରୁ ମଶାଣି ଯାଏଁ ଗୋଟିଏ ସୂତାରେ ବନ୍ଧା

ଗୋଟିଏ ଟଙ୍କା ର ଦୁଇ ପାର୍ଶ୍ଵ ସଦୃଶ ପ୍ରୀତି ର ଫାଲଗୁନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance