Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

ନୂଆ ଆଶା

ନୂଆ ଆଶା

1 min
142



ନୂଆ ଆଶା ନବ ପ୍ରେରଣା ଦିଏ ନିତ୍ୟେ ମନ ରେ

 ବର୍ଦ୍ଧିତ କରାଏ ଜୀବନ ଯାତ୍ରା ରୋମଞ୍ଚ ଭରେ ।ଅପୂର୍ବ ପୁଲକ ଉଦ୍ରେକ କରାଏ ସେହି ପୁଣି

 ଆଶ୍ଚର୍ଯ୍ୟ ଚକିତ ହୁଅନ୍ତି ନୂଆ ଆଶା କୁ ଘେନି ।

ନବ ନବ ଭାବ ପ୍ରତିଭା ଜ୍ଞାନ ଯଶ ସମ୍ମାନ

ଗୁଣ ବିଭା ଖ୍ୟାତି ନିୟତ କରଇ ବିବର୍ଦ୍ଧନ ।

କର୍ମ ପ୍ରବଣତା ଉତ୍ସାହ ଚିନ୍ତନ ଅଭି ବୃଦ୍ଧି

ନିମନ୍ତେ ଉତ୍କୃଷ୍ଟ ପନ୍ଥା ର ଦେଖାଇ ଦିଏ ସିଦ୍ଧି ।ସାମର୍ଥ୍ୟ ପ୍ରଦାନ କରଇ ନବ କାର୍ଯ୍ୟ ଆରମ୍ଭ 

ପାଇଁ କି ହୃଦୟେ ଯୋଗାଏ ଦିବ୍ୟ ସାହସ ଦମ୍ଭ ।

ଆଶା ଅସୁମାରୀ ସପନ ନାନାମତେ ଅନେକ

 ସମୟ ପ୍ରବାହ ସହିତ ମନେ ହୁଏ ଉଦ୍ରେକ 

କଳ୍ପନା ର କଳ୍ପ ଲୋକ ରେ ଏକ ପରେ ଅନେକ ।

 ଚିତ୍ରିତ ହୁଅଇ ଆଶାର ଜ୍ୟୋତିରେ ହିଁ ଆଲୋକ ଜଳୁଛି ଜୀବନ ଚଳୁଛି ମିଳୁଛି ସୁଖ ଦୁଃଖ ।

 ମନରେ ଅପାର ଆନନ୍ଦ ଦିଅଇ ନୂଆ ଆଶା

 ସୁବିଧା ସୁଯୋଗ ଭଣ୍ଡାର ପରିପୂର୍ଣ୍ଣ ସହସା ।

କରାଇ ମାନବ ଜୀବନ କରେ ଆନନ୍ଦ ମୟ

ଆଶା ଭରସା ର ପ୍ରବାହ ଛୁଟାଇ ଅହ ରହ ।

ନବ ନବ ଭାବ ପ୍ରେରଣା ନୂତନ କାର୍ଯ୍ୟ ପାଇଁ

ନୂଆ ଆଶା ହେତୁ ମିଳୁଛି ଦିଏ ଦୁଃଖ ଭୁଲାଇ ।

ନୂଆ ବରଷ ରେ ଆସଇ କେତେ ଯେ ନୂଆ ଆଶା

ହସ ଖୁସି ଭରା ଜୀବନ କରି ଦିଏ ଭରସା ।


Rate this content
Log in

Similar oriya poem from Romance