STORYMIRROR

Panchanan Jena

Romance

3  

Panchanan Jena

Romance

ମୋକ୍ଷ ଛାୟା

ମୋକ୍ଷ ଛାୟା

1 min
9

କବିତା - ମୋଷ ଛାୟା

ରଚନା - ପଞ୍ଚାନନ ଜେନା

ତାରିଖ - ୧୦-୦୧-୨୦୨୪

!

ନିର୍ବାଣ ପ୍ରାପ୍ତି ଜରୁରୀ 

ଭାବନ୍ତି ସମସ୍ତେ

କଥାରେ କହନ୍ତି ଆସ୍ତେ ଆସ୍ତେ

ମୋହ ମାୟାରେ ବାୟା ହେବେ

ଆହିସ୍ତେ ଆହିସ୍ତେ

ବୁଡି ରହିବେ ସମସ୍ତେ

ଜୀବନ ଦୀପ ଅସ୍ତ ଉପଗତେ

କାମନା ବାସନାରେ ଲିପ୍ତ ରହିବେ

ଶୀତ-ବସନ୍ତ-ଶ୍ରାବଣ-ହେମନ୍ତ 

ଋତୁଚକ୍ରର ସାଥେ ସାଥେ 


କହିଲ କି ?

ଭାବିଲ କି ?

ଭାବି ହେଜିଲ କି ?

ନିର୍ବାଣ କ'ଣ ସତରେ ମିଳିବ ?

ମୋଷ କ'ଣ ସତ ସତିକା ପ୍ରାପ୍ତ ହେବ ?

ଜନ୍ମ ମୃତ୍ୟୁର ଚକ୍ରବ୍ୟୁହ ରୁ କ'ଣ ନିସ୍ତାର ପାଇବ ଏ ମୁଢ ମଣିଷ ?

ଏମିତି ହୋଇଥିଲେ 

କପିଳବାସ୍ତୁ ରାଜକୁମାର

ଛାଡି ପୁତ୍ର ଦାରା ରାଜନଅର

ରାଜ ସିଂହାସନ ବିଳାସ ବ୍ୟସନ

କଠିନ ତପସ୍ୟା ପାଇଁ କରି 

ନ ଥାନ୍ତେ ମନ

ଧାଇଁ ନ ଥାନ୍ତେ ନିରୋଳା

 ନିରଞ୍ଜନା ନଦୀ ତଟ ନିଘଞ୍ଚ ବନ

ସିଦ୍ଧାର୍ଥ -ଗୌତମ ହୋଇ

ନ ଥାନ୍ତେ 

ମହାତ୍ମା ବୁଦ୍ଧ ନିର୍ଗ୍ରନ୍ଥ

ଜଗତ କହି ନ ଥାନ୍ତେ

କାମନାର ବିନାଶରେ ଦୁଃଖର ବିନାଶ

ଅଷ୍ଟାଧ୍ୟାୟୀ -ତ୍ରୀରତ୍ନ ପାଳିଲେ 

ଗୃହସ୍ଥ ବି ମୁକ୍ତ ଜନ୍ମ-ମୃତ୍ୟୁର ଚକ୍ର ଶେଷ

ନିର୍ବାଣର ପନ୍ଥା ସଭିଙ୍କ ପାଇଁ ପରିସ୍କାର ନିର୍ଦ୍ଦେଶ

ଜଗତ କରୁଛି ଏସିଆ ମହାଦେଶର ଆଲୋକ 

ବର୍ତ୍ତିକା ବୁଦ୍ଧଦେବଙ୍କୁ

ବୌଦ୍ଧଧର୍ମ କୁଆଡେ ଚୀନ-ଜାପାନ-କୋରିଆ-ଶ୍ରୀଲଙ୍କା ଭଳି ବିଦେଶରେ ବହୁ ଲୋକପ୍ରୀୟ


ହେ ! ଛାଡ଼ ସେ କଥା

ବହୁତ ହେଇଗଲା

ଶୁଣ ବା

ପାଖକୁ ଆସୁନ ଆସ

କାନରେ କିଛି କହିବି ବସ


ମାଘୁଆ ମାସର ବାଘୁଆ ଶୀତଟା

ଗାଉଛି ଗୀତ

ମୁରୁକେଇ ଆମ୍ବ ବଉଳ ପରି ଲାଜେଇ

ଅଳପ ଅଳପ ଦାନ୍ତ ଦେଖେଇ 

କହୁଛି ଶିହରେଇ ଗେହ୍ଲେଇ

ଡରିବୁନି ଲୋ ଡରକୁଳି

ନିଜକୁ ବୁଝେଇ ଦେବୁ ଲୋ ହରକୁଳି

ମୋ ବାଡି ବରକୁଳି

ମୋ ହାତ ତିଆରି ମୃଦୁଳି ସୋରିଷ ପିତୁଳି


ମାଘ ମାସର ହେମାଳ ଶୀତ

କୁହୁଡିର ଘନ କାୟା

ବାଘ ରଜାର ଟାଣୁଆ ଦାନ୍ତ

ଆଖି ନଚେଇଲ ସବୁ ଛାନିଆ ବାୟା

ଡରିବୁନି ଜମା

ସବୁଆଡ଼େ ପରା ଶ୍ୟାମଳ ସବୁଜିମା


ସବୁ କେବଳ ଦନ୍ତା ହାତିର ଦାନ୍ତ ଭଳିଆ

ଦେଖେଇବାକୁ ଦୁଇଟି ବାହାରେ

ଚୋବେଇ ବାକୁ ଅନେକ ପାଟି ଭିତରେ

ବୁଝିଲୁ ଟି ହୁଣ୍ଡି

ମଥା କୁ ଟିଣ କଲୁଣି 

ଆଲୋ ମୋ ଗଜୁରିଗେଣ୍ଡି

ନୂଆ ତଥ୍ୟ ଟେ ନେ

କାନିରେ ପକେଇ ଗଣ୍ଠି ମନେ ରଖିନେ


କମ୍ବଳ ତଳେ ନିର୍ବାଣ ମିଳେ

ବାକି ସବୁ ମୋହ ମାୟା

ସମର୍ପଣ ବେଳେ ମାଂସଳ ଗହଳେ

 କ୍ଷଣ କ୍ଷଣ ମୋଷ ଛାୟା ।


ଧେତ୍ !

ତୁମକୁ ପାରି ହେବନି କହି 

ଉଠି ତ ପଳେଇଲା

ଶାଢୀ ସଜାଡୁ ସଜାଡୁ

ପଛକୁ ଫେରି ଚାହିଁଁଲା ଏମିତି

 ନିର୍ବାଣ ଦୁଇ ଖୁବ୍ ଶୀଘ୍ର ରିଲିଜ୍‌ ହେବ

ଇଂଙ୍ଗିତରେ କହିଦେଇ ଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance