STORYMIRROR

Akhilesh Bishi

Romance

3  

Akhilesh Bishi

Romance

ପ୍ରିୟା ପାଇଁ ସ୍ବପ୍ନ

ପ୍ରିୟା ପାଇଁ ସ୍ବପ୍ନ

1 min
16


ସ୍ଵପ୍ନ ଦେଖିଥିଲି ତୁମ ପାଇଁ ପ୍ରିୟା

ମୁକ୍ତାରେ ତୋଳିବି ଘର

ନିଳ ଆକାଶରୁ ନିଳ ଝରଣାଟେ

ଅଗଣାରେ ଦେବି ତୋର।।


ରକ୍ତିମ ତୋ ଓଠେ ଆଙ୍କି ଦେଉଥିବି

ଚୁମ୍ବନ ମୁଁ ଦୁଇଧାର 

ତୋ ନୟନ କୋଣେ ରହିଥିବି ସଦା

ହୋଇ ମୁଁ କଜ୍ଜଳ ଗାର।।


ଦୁଗ୍ଧ ଅଳତା ରଙ୍ଗ ଚିବୁକରେ

ପ୍ରଶାଧନ ହେବି ତୋର

ତୋ ସିନ୍ଥିରେ ସଦା ରହିଥିବି ନିତି

ହୋଇ ମୁଁ ସିନ୍ଦୂର ଗାର।।


ସାଜୁଥିବ ନିତି ତୋ ପାଦେ ଅଳତା

ଦେଖୁଥିବି ନିରନ୍ତର

ରୁଣୁଝୁଣୁ ଝୁଣୁ ପାହୁଡ଼ ନୂପୁର

ଶୁଣୁଥିବ କର୍ଣ୍ଣ ମୋର।।


ତୋ କ୍ଷୀଣ କଟିରେ ସୁନାସୂତା ଗୋଟେ

ବାନ୍ଧିଦେବି ହାତେ ମୋର

ସାଜୁଥିବ ନିଶିଦିନ ସେହି ସୂତା

ନୟନେ ଝଲସି ମୋର।।


ତୋ ଗଳାରେ ମୁଁ ଯେ ନିତି ସାଜୁଥିବି

ହୋଇ ତାରକସି ହାର

ତୋ ମଥାର ବିନ୍ଦି ହୋଇ ଝଲସିବି

ଥିଲା ତ ସପନ ମୋର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance