STORYMIRROR

Akhilesh Bishi

Abstract

4  

Akhilesh Bishi

Abstract

କବିତା ଗୋ ତୁମେ

କବିତା ଗୋ ତୁମେ

1 min
271


କବିତା ଗୋ ତୁମେ, 

    ଭୋକିଲା ପେଟର,

      ଅକୁହା ବେଦନା ସ୍ଵର।


ଜୀଅନ୍ତା ଶବର, 

    ପଟୁଆରେ ସାଜ

       ଶାଣିତ ଖଡ୍ଗ ଧାର।


କବିତା ଗୋ ସାଜ,

     ରଣ ଦୁନ୍ଦୁଭି, 

       କଙ୍କାଳ ଆଖିରେ ବହ୍ନି।

ବିଦ୍ରୋହୀ ଓଠର ,

     ପଞ୍ଚଜନ୍ୟ ତୁମେ,

       ବିପ୍ଲବର ପ୍ରତିଧ୍ୱନୀ।


କବିତା ଗୋ ତୁମେ, 

       ଜାଗ୍ରତ କର ,

           ସୁପ୍ତ ସିଂହର ବଳ।

ଛିଡେ ଶୃଙ୍ଖଳ,

    ଜାଗେ ଦୁର୍ବଳ,

        ନାଚନ୍ତି କଙ୍କାଳ ଦଳ।


କବିତା ଗୋ ତୁମେ,

       କ୍ରୌଞ୍ଚ ଯୁଗଳ,

           ଯନ୍ତ୍ରଣାର ଭାବାବେଗ।

କବିତା ଗୋ ତୁମେ,

      ପରମାତ୍ମା ତତ୍ତ୍ଵ,

          ଭଗବତ୍ ପ୍ରାପ୍ତି ମାର୍ଗ।


କେବେ ସାଜ ଶିଶୁ ,

       ସରଳ କଣ୍ଠରେ,

          ଧୋ ରେ ବାଇଆ ଧୋ।

କେବେ ସାଜ,

    ଦେଶପ୍ରେମୀ ର ପ୍ରାଣରେ,

        ସହିଦ୍ ହେବାର ମୋହ।


କବିତା ଗୋ ତୁମେ, 

      ଶାନ୍ତି କପୋତ,

          ସ୍ନେହ ପ୍ରେମ ବାର୍ତ୍ତାବହ।

ଭାବ ଉଚ୍ଛ୍ୱାସର,

     ଉଛୁଳା ରାଗିଣୀ,

          ଆବେଗ ଉନ୍ମତ୍ତ ସୁଅ।


କେବେ ସାଜ ବ୍ରହ୍ମା, 

    କେବେ ସାଜ ବିଷ୍ଣୁ,

       କେବେ ସାଜ ଭାବଭୋଳା।

କେବେ ସିଞ୍ଚ ସ୍ନେହେ,

      ମୃତ୍ୟୁ ସଞ୍ଜିବନୀ,

       କେବେ ରଚ ଧ୍ୱଂସ ଲୀଳା।


କେବେ ଦିଅ ନିସ୍ବ ,

    ନିଃସଙ୍ଗ ଜୀବନେ,

          ଏକ୍ଲା ଚଲୋର ନାରା।

କେବେ ଦେଶପ୍ରେମ,

       ବହ୍ନି ଜଳାଇ,

        ବାଣ୍ଟି ଚାଲ ଭାଇଚାରା।


କବିତା ଗୋ ତୁମେ,

     ସୃଜନୀ ର ଉତ୍ସ,

          ସାରସ୍ବତ ଦିବ୍ୟ ଜ୍ଞାନ।

ସମାଜର ହିତ,

     କର ସମାହିତ,

           ଛୁଇଁ ମୋ କଲମ ମୁନ।

           ଛୁଇଁ ମୋ କଲମ ମୁନ। 

            ଛୁଇଁ ମୋ କଲମ ମୁନ।

        

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract