STORYMIRROR

Akhilesh Bishi

Abstract

4  

Akhilesh Bishi

Abstract

ସେହି ମୋ ପ୍ରିୟ ଉତ୍କଳ

ସେହି ମୋ ପ୍ରିୟ ଉତ୍କଳ

1 min
242

ଯେଉଁ ପ୍ରଦେଶେ ବଢୁଛି ମୁହିଁ,

ଯାହାର କୋଳେ ସରଗ ଥାଇ,

ଯେଉଁ ଜାଗା କରେ ମନ କୁ ପ୍ରଫୁଲ୍ଲ,

ସେହି ମୋ ପ୍ରିୟ ଉତ୍କଳ ।


ଯେଉଁଠାରେ ଅଛି ପୁରୀ କୋଣାର୍କ ଧାମ,

ପବିତ୍ର କ୍ଷେତ୍ର ମଧ୍ୟରେ ଅଛି ଯାହାର ନାମ,

ଯେଉଁ ଠାରେ ପ୍ରଭୁଙ୍କ କୃପା ଅଛି ଅଟଳ,

ସେହି ମୋ ପ୍ରିୟ ଉତ୍କଳ ।


ଯେଉଁଠାରେ ଜନ୍ମ ବଳରାମ ଜଗନ୍ନାଥ ଦାସ,

ଏହିପରି ଅନେକେ କରିଛନ୍ତି କଲମ ଦ୍ଵାରା ପ୍ରୟାସ,

ଯେଉଁଠାରେ ଶୋଭା ପାଏ ତାଳ ତମାଳ,

ସେହି ମୋ ପ୍ରିୟ ଉତ୍କଳ ।


ଯେଉଁ ମାଟି ଦେଇଛି ବୀର ଲକ୍ଷ ଲକ୍ଷ,

ତାହାକୁ ସମୃଦ୍ଧ କରିବା ଆମର ଲକ୍ଷ୍ୟ,

 ସମସ୍ତେ ମିଶି କରିବା ଖୁସି ର ଅମଳ,

ସେହି ମୋ ପ୍ରିୟ ଉତ୍କଳ ।


Rate this content
Log in

Similar oriya poem from Abstract