STORYMIRROR

Akhilesh Bishi

Others

3  

Akhilesh Bishi

Others

ସେହି ମୋ ପ୍ରିୟ ଉତ୍କଳ

ସେହି ମୋ ପ୍ରିୟ ଉତ୍କଳ

1 min
168

ଯେଉଁ ପ୍ରଦେଶେ ବଢୁଛି ମୁହିଁ 

ଯାହାର କୋଳେ ସରଗ ଥାଇ 

ଯେଉଁ ଜାଗା କରେ ମନକୁ ପ୍ରଫୁଲ୍ଲ 

ସେହି ମୋ ପ୍ରିୟ ଉତ୍କଳ (୧)


ଯେଉଁଠାରେ ଅଛି ପୁରୀ କୋଣାର୍କ ଧାମ 

ପବିତ୍ର କ୍ଷେତ୍ର ମଧ୍ୟରେ ଅଛି ଯାହାର ନାମ 

ଯେଉଁ ଠାରେ ପ୍ରଭୁଙ୍କ କୃପା ଅଛି ଅଟଳ 

ସେହି ମୋ ପ୍ରିୟ ଉତ୍କଳ (୨)


ଯେଉଁଠାରେ ଜନ୍ମ ବଳରାମ ଜଗନ୍ନାଥ ଦାସ 

ଏହିପରି ଅନେକେ କରିଛନ୍ତି କଲମ ଦ୍ଵାରା ପ୍ରୟାସ 

ଯେଉଁଠାରେ ଶୋଭା ପାଏ ତାଳ ତମାଳ 

ସେହି ମୋ ପ୍ରିୟ ଉତ୍କଳ (୩)


ଯେଉଁ ମାଟି ଦେଇଛି ବୀର ଲକ୍ଷ ଲକ୍ଷ 

ତାହାକୁ ସମୃଦ୍ଧ କରିବା ଆମର ଲକ୍ଷ୍ୟ 

ସମସ୍ତେ ମିଶି କରିବା ଖୁସିର ଅମଳ 

ସେହି ମୋ ପ୍ରିୟ ଉତ୍କଳ (୪) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍