Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akhilesh Bishi

Abstract

4.5  

Akhilesh Bishi

Abstract

ନାରୀ ନାହିଁ ସୃଷ୍ଟି ନାହିଁ

ନାରୀ ନାହିଁ ସୃଷ୍ଟି ନାହିଁ

1 min
374



କନ୍ୟାକୁ କନ୍ୟାରତ୍ନ ବୋଲି କୁହାଯାଏ

ଆମ ସମାଜରେ, 

ଘରକୁ ସୁନ୍ଦର ଦିଶେ, ଘରଣୀ ଥିଲେ, 

ଅଛି ତ କଥାରେ |୧ |


କେତେ କେତେ ଆଖ୍ୟା ଆମେ ଦେଇ 

ଅଛେ ଏ ନାରୀକୁ

ବିଭିନ୍ନ ଭାବରେ ବର୍ଣ୍ନି ଅଛେ ନାରୀ ର 

ଶୋଭା ଓ ରୂପକୁ |୨ |


ମା' ରୂପରେ କେତେ ସ୍ନେହରେ ପାଳନ 

କରେ ତା ସନ୍ତାନକୁ

ଭଉଣୀ ରୂପେ ଭାଇର ମଙ୍ଗଳ ମନାସୀ 

ଅଜାଡେ ସ୍ନେହ ପରଶକୁ | ୩|


ଦୁହିତା ରୂପରେ ଅନ୍ୟ ଘରକୁ ଯାଇ ଶାଶୁ 

ଶ୍ଵଶୁର ସେବା କରିଥାଏ

ସ୍ତ୍ରୀ ରୁପରେ ସେ ସ୍ଵାମୀର ସୁଖରେ ସୁଖି ଓ

ଦୁଃଖରେ ଦୁଃଖି ହୋଇଥାଏ | ୫|


ଆଦିମ ଦିନରୁ ଭାରତୀୟ ନାରୀ ବୋଲାଉ

ଥିଲା ସବୁଠାରେ ମହାନ 

କିପରି, କାହିଁକି, କେଉଁଥି ପାଇଁ ସମୃଦ୍ଧ ଯୁଗ

ରେ ହଜିଲା ନାରୀର ସମ୍ମାନ | ୬| 


ନାରୀ ତ ନୁହଁ କେବେ ଅବଳା, ଦୁର୍ବଳା ଅବା 

ଗୋଟିଏ କାଠର କଣ୍ଢେଇ

ଭାବନା ଆସେ କେଉଁ ଧୂର୍ତ୍ତ ନର ରାକ୍ଷସ ମନେ,

ତା ସମ୍ମାନ ନେଇଛି ଛଡାଇ | ୭|


ସମୟର ଚକ୍ରରେ, ଭୋଗର ସାମଗ୍ରୀ ଭାବନ୍ତି 

କାପୁରୁଷ ନାରୀ ଶରୀରକୁ 

ନାରୀ ମାନେ କିଆଁ ଆଜି ସୁରକ୍ଷିତ ମନେ କରୁ

ନାହାନ୍ତି ଏକାକୀ ବାହାରିବାକୁ |୮ |


ନାରୀ ଗର୍ଭରେ ଧାରଣ କରିଥାଅ ସନ୍ତାନଟିଏ 

ଧରି ଦଶମାସ ଦଶ ଦିନ

ଦୁଃଖ, କଷ୍ଟ ସହ୍ୟ କରି, କନ୍ୟା ଜନ୍ମ ଦେଲେ

ନିର୍ଯ୍ୟାତନାର ହୁଏ ସମ୍ମୁଖୀନ |୯ |


କି ସମାଜ ହେ ଦେଖିଲେ, ନାରୀ ଚରିତ୍ର ଆଜି 

ଅଭିଶାପଟିଏ ପାଳଟି ଯାଇଛି 

କନ୍ୟା ରତ୍ନଟିଏ ଜନମ ଦେବାକୁ ଆଜି ସୁନ୍ଦର

ମାତୃତ୍ୱ ଡରି କ୍ରନ୍ଦନ କରୁଛି |୧୦ |


ଏଇ ଅନ୍ଧତ୍ୱରେ, ଏହି ନାରୀ ହିଁ ହୋଇଛି ପ୍ରଥମ 

ଶତ୍ରୁ, କନ୍ୟା ରତ୍ନଟିର 

ନାରୀ ନାହିଁ ତ ସୃଷ୍ଟି ନାହିଁ, ସମୟ ଆସିଛି ଏହି 

କଥାକୁ ମନେ ପକାଇବାର | ୧୧|


Rate this content
Log in

Similar oriya poem from Abstract