STORYMIRROR

Akhilesh Bishi

Others

4  

Akhilesh Bishi

Others

ଜନ୍ମଦାତ୍ରୀ

ଜନ୍ମଦାତ୍ରୀ

1 min
7


ମା ତୁ ଅବର୍ଣ୍ଣନୀୟା 

ମା ତୁ ସର୍ବଗୁଣ ସମ୍ପର୍ଣ୍ଣା

ମା ତୋପାଇଁ ମୁଁ କଣ ଲେଖିବି ll


ମା ତୁ ଜନ୍ମଦାତ୍ରୀ 

ମା ତୁ ଶକ୍ତିଦାତ୍ରୀ 

ମା ଶକ୍ତି ଆଗରେ ଡରିଯାଏ କାଳରାତ୍ରି ll


ମା ତୋ ଅସୀମ ଶକ୍ତି ପାଖରେ ଶତସିଂହ 

      ପରାକ୍ରମୀ ପୁରୁଷ ହାରିଯିବେ ll

ମା ତୁ ସନ୍ତାନ ପାଇଁ ଉଁଆସ 

     ରାତ୍ରିର ଉଜ୍ଜ୍ୱଳ ଜ୍ୟୋତି ll


ମା ତୁ ଅସରନ୍ତି ମମତାର ଭଣ୍ଡାର 

ମା ଅଜସ୍ର ସନ୍ତାନକୁ ତୋ ମମତା 

   ବାଣ୍ଟିଲେ ଊଣା ପଡ଼େନାହିଁ ll


ମା ତୁ ମୋତେ ଶିକ୍ଷା, ଦୀକ୍ଷା,

   ସଂସ୍କାର, ସଂସ୍କୃତି ସବୁ ପଢାଉ 

ମା ତୁ ମୋ ହୃଦୟର ବର୍ଣ୍ଣମାଳା

ମା ତୁ ମୋ ପୂଣ୍ୟଗୀତା ll


ମା ତୁ ମୋତେ ଖାଇବାକୁ ଦେଲାବେଳେ 

   କଣ ଗଣିବା ଭୁଲିଯାଉll

ମା ତୋତେ ମୁଠାଏ ମାଗିଲେ

       ଗିନାଏ ଅଜାଡି ଦେଉ ll


ମା ତୋତେ ଗୋଟିଏ ମାଗିଲେ ଚାରିଟା ଦେଉ l

ମା ମୁଁ ଯେତେ ଖାଇଲେବି ତୁ ମୋତେ 

     ବଳେଇ ବଳେଇ ଖୋଇଦେଉ ll


ମା ତୋ ଦେହର ବାସ୍ନା ପାଖରେ 

    ଦାମୀ ଅତର ତୁଚ୍ଛ ଲାଗେ ମୋତେ ll

ମା ତୋ ପଣତ କାନିରେ ମୁହଁ ପୋଛିଦେଲେ 

ମା ସତରେ ତୁ ସେଇଠି ପାଇଁ ମା l


ମା ମରିବା ପାଇଁ ଅନେକ ରାସ୍ତା ଲମ୍ବିଛି 

ମା ଜନ୍ମ ନେବାପାଇଁ ତୁ ହିଁ ଏକ ମାତ୍ର ବିକଳ୍ପ ll

ମା ତୁ ମୋତେ ଜନ୍ମ ଦେଇ କେତେ ଯନ୍ତ୍ରଣା ଭୋଗିଛୁ ମୁଁ 

ମା ହେବା ପରେ ଅନୁଭବ କାଲି l

ମା ତୁ ସର୍ବଂସହା

ମା ତୁ ପୂଣ୍ୟତୋୟା.. ଅମୃତ ଶ୍ରାବିନୀ 

ମା ତୋତେ ଅନନ୍ତ କୋଟି ପ୍ରଣାମ l



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ