Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akhilesh Bishi

Abstract

4.7  

Akhilesh Bishi

Abstract

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
253



ଓଡ଼ିଶାର ପୁଅ ଓଡ଼ିଆର ପ୍ରାଣ

ତୁମେ ଉତ୍କଳ ଗୌରବ ,

ସତ୍ୟଭାମା ପୁରେ ଜନମ ଲଭିଲ

ଓଡ଼ିଶା ମାଟିର ଗର୍ବ ।୧


ମାତୃଭୂମି ମାତୃଭାଷାର ଉତ୍ଥାନ

  ଥିଲା ତୁମରି ଆହ୍ବାନ ,

 ସ୍ବାଭିମାନ ରକ୍ଷା ପାଇଁ ମାଟି ମା'ର

  କରିଲ ବୀଜ ବପନ ।୨


ସ୍ଵତନ୍ତ୍ର ପ୍ରଦେଶ ଗଠନ ପ୍ରକ୍ରିୟା ରେ

  ଭୂମିକା ତୁମ ମହାନ ,

ଭାଷା ସାହିତ୍ୟକୁ ବିଶ୍ବ ଦରବାରେ

 ଦେଇଗଲ ସନମାନ ।୩


ଜାତି ପ୍ରେମ ବହ୍ନି ପ୍ରଜ୍ୟୋଳିତ କଲ

ଓଡ଼ିଶାବାସୀଙ୍କ ହୃଦେ ,

ଉତ୍କଳ ଦୀପିକା ଅଭିଷିକ୍ତ କଲା

 ଉତ୍କଳ ଗୌରବ ପଦେ ।୪


ଜାତିର ପ୍ରଗତି ଭାଷାର ଉନ୍ନତି

 ଥିଲା ଜୀବନର ଲକ୍ଷ୍ୟ ,

ବାରିଷ୍ଟର ହୋଇ ଭାଷା ସାହିତ୍ୟାନୁରାଗୀ

 ନେଇ ଓଡ଼ିଆଙ୍କ ପକ୍ଷ ।୫


ଇଂରେଜ ଶାସନ କରି ପ୍ରତିହତ

  ରଖିଗଲ ଅଭିମାନ ,

ଓଡ଼ିଶା ସଂସ୍କୃତି ଓଡ଼ିଆ ପରମ୍ପରାକୁ

ମିଳୁଛି ଆଜି ସମ୍ମାନ ।୬


ତୁମେ କୁଳବୃଦ୍ଧ ଅଜର ଅମର

  ଓଡ଼ିଶାର ବୀର ପୁତ୍ର ,

ଝୁରୁଥିବ ସଦା ଏ ଓଡ଼ିଶା ମାଟି

  ମଧୁବାବୁ କୁଳବୃଦ୍ଧ ।୭


ବୀର ପ୍ରସବିନୀ ଓଡ଼ିଶା ଜନନୀ

 ମଧୁବାବୁ ଯୋଗ୍ୟ ସୁତ ,

ମାତୃଭୂମି ପାଇଁ ଯା ପ୍ରାଣ କାନ୍ଦୁଥିଲା

 ଅମଳିନ ସେ ନକ୍ଷତ୍ର ।୮


Rate this content
Log in

Similar oriya poem from Abstract