STORYMIRROR

SUJATA DAS

Romance

3  

SUJATA DAS

Romance

ଶୀତ ରାଣୀ

ଶୀତ ରାଣୀ

1 min
11


କୁଆଁର ପୁନେଇଁ

  ଖଇ ଆଞ୍ଜୁଳିରେ

    ଶୀତ ଆସେ ଧିରେ ଧିରେ

ନଡ଼ିଆ କଦଳୀ

  ଖଣ୍ଡୁକୁଳ କୋଳି

    ମନ୍ଦ ମନ୍ଦ ପବନରେ l

ଅଭିଆଡ଼ି ଜହ୍ନ

   ଲାଜୁଆ ଜ୍ୟୋତ୍ସ୍ନାରେ

     ରେଶମୀ ଓଢଣୀ ତଳେ

ଭାବର ମହ୍ଲାର

   ଗୋପନେ ସପନେ

     ଅଜଣା ପୁଲକ ଖେଳେ l

ଜହ୍ନି ଫୁଲ ହସେ

   ପିଢାରେ ମୁରୁକି

    ସୁନା ଦେହ ଝଟକାଇ

କୁଆଁରୀ ମନର

   ଗୋପନ ଆକାଂକ୍ଷା

     ପଢୁଥାଏ ନିରିଖେଇ.

ଗେଣ୍ଡୁ ମହକରେ 

   ଖଳା ବାଡ଼ି ବାସେ 

     ନାଲି ହଳଦୀ ରଙ୍ଗରେ

ଧାନକେଣ୍ଡା ଲୋଟେ 

  ଖିଲି ଖିଲି ହସେ

    ପବନର ଦୁଷ୍ଟାମୀରେ l

ତୁଟିଯିବ କ୍ଷୁଧା

  ତୃଷ୍ଣା ପ୍ରତି ଜନେ

     ଅନ୍ନପୂର୍ଣ୍ଣା ଆଶିଷରେ

ଶୀତ ଆମ ମିତ

  ଆଣିଛି ଆନନ୍ଦ

    କେଜାଣି କେତେ ତା ସାଥେ

ଶିଶିର ମୁକୁତା

   ଝରିପଡ଼େ ଧିରେ

     ପ୍ରତି ପାଦପର ହାତେ.

ମନ୍ଦ ମଳୟର

  ମୃଦୁ ପରଶରେ

    ଶିହରିତ ମହୀ ତନୁ

ନବ କିଶଳୟ 

  ଉପହାର ନେଇ

    ସିଞ୍ଚିଦିଏ ପ୍ରୀତି ରେଣୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance