STORYMIRROR

SUJATA DAS

Romance

3  

SUJATA DAS

Romance

ଶୀତ ରାଣୀ

ଶୀତ ରାଣୀ

1 min
5


କୁଆଁର ପୁନେଇଁ

  ଖଇ ଆଞ୍ଜୁଳିରେ

    ଶୀତ ଆସେ ଧିରେ ଧିରେ

ନଡ଼ିଆ କଦଳୀ

  ଖଣ୍ଡୁକୁଳ କୋଳି

    ମନ୍ଦ ମନ୍ଦ ପବନରେ l

ଅଭିଆଡ଼ି ଜହ୍ନ

   ଲାଜୁଆ ଜ୍ୟୋତ୍ସ୍ନାରେ

     ରେଶମୀ ଓଢଣୀ ତଳେ

ଭାବର ମହ୍ଲାର

   ଗୋପନେ ସପନେ

     ଅଜଣା ପୁଲକ ଖେଳେ l

ଜହ୍ନି ଫୁଲ ହସେ

   ପିଢାରେ ମୁରୁକି

    ସୁନା ଦେହ ଝଟକାଇ

କୁଆଁରୀ ମନର

   ଗୋପନ ଆକାଂକ୍ଷା

     ପଢୁଥାଏ ନିରିଖେଇ.

ଗେଣ୍ଡୁ ମହକରେ 

   ଖଳା ବାଡ଼ି ବାସେ 

     ନାଲି ହଳଦୀ ରଙ୍ଗରେ

ଧାନକେଣ୍ଡା ଲୋଟେ 

  ଖିଲି ଖିଲି ହସେ

    ପବନର ଦୁଷ୍ଟାମୀରେ l

ତୁଟିଯିବ କ୍ଷୁଧା

  ତୃଷ୍ଣା ପ୍ରତି ଜନେ

     ଅନ୍ନପୂର୍ଣ୍ଣା ଆଶିଷରେ

ଶୀତ ଆମ ମିତ

  ଆଣିଛି ଆନନ୍ଦ

    କେଜାଣି କେତେ ତା ସାଥେ

ଶିଶିର ମୁକୁତା

   ଝରିପଡ଼େ ଧିରେ

     ପ୍ରତି ପାଦପର ହାତେ.

ମନ୍ଦ ମଳୟର

  ମୃଦୁ ପରଶରେ

    ଶିହରିତ ମହୀ ତନୁ

ନବ କିଶଳୟ 

  ଉପହାର ନେଇ

    ସିଞ୍ଚିଦିଏ ପ୍ରୀତି ରେଣୁ ।



Rate this content
Log in

Similar oriya poem from Romance