STORYMIRROR

Bidyadhar Mantry

Romance Classics

3  

Bidyadhar Mantry

Romance Classics

ଶୀତର ରୋମାଞ୍ଚକ ପ୍ରେମ

ଶୀତର ରୋମାଞ୍ଚକ ପ୍ରେମ

1 min
9


ଯେବେ ପୂର୍ଣ୍ଣ ଆଲିଙ୍ଗନ ମୁଦ୍ରା ସହ

ଜୀବନକୁ ଛୁଏଁ ଶୀତ

ଆଉଁଶି ଆଦର କରିବା ସହିତ

ପ୍ରାଣସ୍ପର୍ଶୀ କୋଳାଗ୍ରତ

ବହଳ କୁହୁଡି କମ୍ବଳ ସଦୃଶ

ଘୋଡେ଼ଇ ରଖେ ଶରୀର

ସୂର୍ଯ୍ୟ ସତେ ଅବା ଶକ୍ତିହୀନ

କରେ ନମ୍ର ବ୍ୟବହାର

ଶରୀରର ସମସ୍ତ ଇନ୍ଦ୍ରିୟ ବଶ

ଶୀତର ପ୍ରେମ ସ୍ପର୍ଶରେ

ଆରାମ ଦାୟକ ଆଲିଙ୍ଗନ ପ୍ରାପ୍ତି

ହୃଦ ଅନୁଭବ କରେ

ଶୀତର ପ୍ରେମ ଭରା ଆଲିଙ୍ଗନରେ

ସ୍ନାୟୁ କୋଷରେ କମ୍ପନ

ପ୍ରକୃତି କୋଳରେ ଉଲ୍ଲସିତ ଭାବ

ଥରି ଉଠେ ତନ ମନ

ଶୀତଳ ସ୍ପର୍ଶରେ ପ୍ରେମ ରୋମାଞ୍ଚକ

ନିଃଶ୍ୱାସ ଗତି ବଦଳେ

ଶୀତଳ ଲହରୀ ଚୁମ୍ବନ ସଦୃଶ

ଧିରେ ରହି ରହି ଖେଳେ

ହୃଦୟର ସର୍ବାଧିକ ଅଭିଳାଷା

ସୁଖ ପୂର୍ଣ୍ଣ ଲକ୍ଷ୍ୟ ସ୍ଥଳ

ଶୀତର ପ୍ରେମକୁ ସ୍ବାଗତ ଜଣାଇ

ରୋମାଞ୍ଚିତ ହିଁ କେବଳ ।


Rate this content
Log in

Similar oriya poem from Romance