STORYMIRROR

Bidyadhar Mantry

Romance Classics

3  

Bidyadhar Mantry

Romance Classics

ଶୀତର ରୋମାଞ୍ଚକ ପ୍ରେମ

ଶୀତର ରୋମାଞ୍ଚକ ପ୍ରେମ

1 min
10


ଯେବେ ପୂର୍ଣ୍ଣ ଆଲିଙ୍ଗନ ମୁଦ୍ରା ସହ

ଜୀବନକୁ ଛୁଏଁ ଶୀତ

ଆଉଁଶି ଆଦର କରିବା ସହିତ

ପ୍ରାଣସ୍ପର୍ଶୀ କୋଳାଗ୍ରତ

ବହଳ କୁହୁଡି କମ୍ବଳ ସଦୃଶ

ଘୋଡେ଼ଇ ରଖେ ଶରୀର

ସୂର୍ଯ୍ୟ ସତେ ଅବା ଶକ୍ତିହୀନ

କରେ ନମ୍ର ବ୍ୟବହାର

ଶରୀରର ସମସ୍ତ ଇନ୍ଦ୍ରିୟ ବଶ

ଶୀତର ପ୍ରେମ ସ୍ପର୍ଶରେ

ଆରାମ ଦାୟକ ଆଲିଙ୍ଗନ ପ୍ରାପ୍ତି

ହୃଦ ଅନୁଭବ କରେ

ଶୀତର ପ୍ରେମ ଭରା ଆଲିଙ୍ଗନରେ

ସ୍ନାୟୁ କୋଷରେ କମ୍ପନ

ପ୍ରକୃତି କୋଳରେ ଉଲ୍ଲସିତ ଭାବ

ଥରି ଉଠେ ତନ ମନ

ଶୀତଳ ସ୍ପର୍ଶରେ ପ୍ରେମ ରୋମାଞ୍ଚକ

ନିଃଶ୍ୱାସ ଗତି ବଦଳେ

ଶୀତଳ ଲହରୀ ଚୁମ୍ବନ ସଦୃଶ

ଧିରେ ରହି ରହି ଖେଳେ

ହୃଦୟର ସର୍ବାଧିକ ଅଭିଳାଷା

ସୁଖ ପୂର୍ଣ୍ଣ ଲକ୍ଷ୍ୟ ସ୍ଥଳ

ଶୀତର ପ୍ରେମକୁ ସ୍ବାଗତ ଜଣାଇ

ରୋମାଞ୍ଚିତ ହିଁ କେବଳ ।


Rate this content
Log in

Similar oriya poem from Romance