STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରେମିକା

ପ୍ରେମିକା

1 min
7


ପ୍ରଥମ ପାବଚ୍ଚ

ତୁମେ ଲାଜୁଆ ହସର ଝିଲମିଲ୍ ଆଲୁଅରେ

ଅଲୋକିତ ହୁଏ ଧରାପୃଷ୍ଠ

ତୁମ ଅଜାନୁଲଂବିତ କେଶ ବଲ୍ଲରୀରେ

ପକ୍ଷ ଚିଠି ଲେଖେ ବରହିନୀ ପିୟାକୁ

ତୁମେ ନୀରବତ, ତୀବ୍ର ଚାହଣୀରେ

ମୁହ୍ୟମାନ ସଗମ୍ର ସତା ।

ଦ୍ଵିତୀୟ ପ୍ରହର

ରାତ୍ରିର ଘନ କାଳିମାରେ ସାଂଦ୍ରତାଭରା ସ୍ବର

ମୁଁ ମାଟିର ବାସ୍‌ନା ଖୋଜୁ ଖୋଜୁ

ତୁମେ ଦିଅ ମାଂସର ଆମଂତ୍ରଣ

ରତିକାଂତ ପ୍ରେମିକ ପପାଏ ସ୍ନିଗ୍‌ଧ, ସୁଶୀତଳ ଛାୟା

ପବିତ୍ର ପ୍ରେମର ସାଂଡବଦହନରେ ରାତି ସାରା ଖରା ।

ତୃତୀୟ ନୟନ

ଏବେ ଦିଗ୍‌ଭ୍ରଷ୍ଟ ଯୁବ ଗୋଷ୍ଠୀ

ଖୋଜି ବୁଲୁଛତି ସାତରୁ ସତୁରି

ନୀଳତୃଷ୍ଣା ନିର୍ବାପନର ଘୃଣ୍ୟ ମାନସିକତାରେ

ନିତିଦିନ ଗଣଧର୍ଷଣର ଖବରରେ ମୁଖରିତ ସଂବାତପତ୍ର

ଇଲେକ୍ଟ୍ରୋନିକ ଗଣମାଧ୍ୟମ

ନିର୍ଭୟା ଠୁ ପରୀ ଯାଏ

ପ୍ରୟଂବିତ କାହାଣୀ-ଭୂପତିତ ବୁଦ୍ଧିଜୀବୀ

ସାତ୍ଵିକ, ନୈସର୍ଗିକ ପ୍ରେମର ବାର୍ତାବାହିକା ପ୍ରେମିକା

କଣ ସୁଧାରି ପାରିବେ କୀଟଦଂଷ୍ଟ ମନୋବୃତି ?

ଚତୁର୍ଥ ଅଂକ

ତୁମେ ମୋତେ ଶିଖାଇଲ

ଦିନ ତମାମ୍ ତାରା ଗଣିବାକୁ

ଚିରକ୍ଷର ସୁରଭୀର ସଂଧାନ ଦେବାକୁ

ଅନଂତ ନୀଳିମାରେ ପରିବ୍ୟାପ୍ତ

ଏକ ମହାଜାଗତିକ ସତ୍ତାର ସତ୍ୟାର୍ଥ

ନିର୍ବାପନ କରିବାକୁ ନୀଳତୃଷ୍ଣାକୁ

ଦେଖିବାକୁ ନୀତିକାଂତିଭରା ସମାଜର ସାର୍ଥକ ସ୍ବପ୍ନ

ସଂପର୍କର ସୁରମ୍ୟ ସୃଜନଶୀଳତାରେ

ଲେଖିବାକୁ ପ୍ରାଣପ୍ରାଚୁର୍ଯ୍ୟଭରା ଏକ ବର୍ଷାଭିଜା କବିତାକୁ ।।



Rate this content
Log in

Similar oriya poem from Romance