STORYMIRROR

Amruta Mohanty

Romance

3  

Amruta Mohanty

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
180


କେମିତି ଭୁଲିବି ତୁମକୁ ହେ ସଖା

କେମିତି ଭୁଲିବି କୁହ,

ସ୍ମୃତିସ୍ନାତା ଏଇ ଅଳସୀ ଫଗୁଣେ

ଛାତି ତଳେ ଉଠେ କୋହ।


ତୁମେ ଗଲାପରେ ତାଟି କବାଟଟା

ଏବେ ବି ରଖିଛି ମେଲା,

ମନ ମୋ କହୁଛି ସଞ୍ଜ ନଇଁ ଗଲେ

ତୁମେ ଯେ ଫେରିବ ଭଲା।


ଆୟୁଷ ଆଗାଏ ସମୟ ସାଗରେ

କେମିତି ରୋକିବି କୁହ!!

କେମିତି ଭୁଲିବି ତୁମକୁ ହେ ସଖା

କେମିତି ଭୁଲିବି କୁହ!!


ଜୀବନରୁ ତୁମ ଝଡି ଗଲି ସିନା

ଶୁଖିଲା ପତର ହୋଇ,

ସବୁଜ ଶାଖାରେ ରହିବାର ମୋହ

ତଥାପି ବି ତୁଟି ନାହିଁ।


ଆଶାର ମଲ୍ଲିକୁ ସତେଜ ରଖିଛି

ସିଞ୍ଚି ସିଞ୍ଚି ଆଖି ଲୁହ।

କେମିତି ଭୁଲିବି ତୁମକୁ ହେ ସଖା

କେମିତି ଭୁଲିବି କୁହ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance