STORYMIRROR

Amruta Mohanty

Others

3  

Amruta Mohanty

Others

ଏମିତି ହୁଅନ୍ତାନି!!!

ଏମିତି ହୁଅନ୍ତାନି!!!

1 min
113


ପ୍ରତାରଣା ମରୁବାଲିରେ

ମିଳନ୍ତା ପ୍ରେମ ର ନିର୍ଝର !

ନିଃସଙ୍ଗତାର ନିଦାଘରେ

ମିଳନ୍ତା ଛାୟା ଆତ୍ମିୟତାର!!!


ସନ୍ଦେହର ଶତଦଳୁ ଜାତ ହୁଅନ୍ତା

ବିଶ୍ବାସର ଅମ୍ଳାନ କମଳ!

ସ୍ବାର୍ଥପରତାର ଘନ ବାଦଲରୁ 

ଝରିଯାଆନ୍ତା ନିଃସ୍ଵାର୍ଥ ବର୍ଷା ଜଳ!!


ଘୃଣା ଅହଙ୍କାର ଆବରଣ ତଳୁ

ଉଙ୍କି ମାରନ୍ତା 

ନିଛକ ବନ୍ଧୁତ୍ବର

ସ୍ୱର୍ଗୀୟ ସ୍ବରୂପ!

ଏକାଏକା ଏଠି ସେଠି ବୁଲୁଥିବା

ଦିଗହରା ମୁଁ ମାନେ 

ଏକାଠି ହୋଇ ରଚନ୍ତେନି 

ଜୀବନ ଅପରୂପ!!!


ଏମିତି ହୁଅନ୍ତାନି!!!

              

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍