STORYMIRROR

Amruta Mohanty

Others

3  

Amruta Mohanty

Others

ଜୀବନ ସଳିତା...

ଜୀବନ ସଳିତା...

1 min
133

ଦୁନିଆ ଦୀପରେ

ଆୟୁଷର ତେଲ ଢାଳି,

ଜୀବନ ସଳିତା

ଯାଉଛି ତ ଜଳି ଜଳି!


ତେଲ ସରିଯିବ, ସମୟ ସରିବ

ଅବା, ଦଲକାଏ ପବନ 

ସାଧିବ ଦାଉ,

ଦିକି ଦିକି ଏଇ 

ଟିକି ଶିଖାଟି 

ଲିଭିଯିବ ଚାହୁଁ ଚାହୁଁ !


ଲିଭିଲା ଧୁଆଁରେ 

ଛାଡିଯିବ ସିଏ

ସ୍ମୃତି ର ମହକ କେତେ

ମନ ଗହନକୁ 

ମହକାଉ ଥିବ

ଥାଉ ପଛେ ଦୂରେ ଯେତେ ।।


     



Rate this content
Log in