STORYMIRROR

Amruta Mohanty

Others

4  

Amruta Mohanty

Others

କୁହତ ଦେଖି !!

କୁହତ ଦେଖି !!

1 min
369

କୁହତ ଦେଖି

ଏମିତି କାହିଁକି ହୁଏ !


କେବେ କେବେ ଜୀବନର 

ପୂର୍ଣ୍ଣତା ପରିଧିରେ  

ବିରାଟ ଶୁନ୍ୟତା ଧସେଇ ପଶେ!  

ପୁଣି ଯେ କେତେବେଳେ

ଶୁନ୍ୟତାର ଅତଳ ଗର୍ଭରୁ  

ଜୀବନଟା ଫିକ୍ କରି ହସେ!  


କେତେ ବେଳେ ହୁଏ 

ଆଶା ଓ ଭରଷା କଢୀଟି 

ଅକାଳରେ ବୃନ୍ତଚ୍ୟୁତ!! 

ଆଉ କେବେ ନିରାଶାର 

ଅମା ଅନ୍ଧକାରୁ ଦିକ୍ ଦିକ୍ କରେ 

ଆଶାର ଦୀପଟି ଜୀବନ୍ତ!! 


କେଉଁଠି ଜୀବନର କାନଭାସରେ 

ନିତି ଚାଲେ ରଙ୍ଗ ମହୋତ୍ସବ , 

ତଥାପି ବି କିଛି ଛବି 

ସ୍ପଷ୍ଟ ଆଙ୍କି ହୁଏନା ! 

ଆଉ କେଉଁଠି ରଙ୍ଗହୀନ 

ଶ୍ବେତ କାନଭାସରେ ଫୁଟିଉଠେ 

ମୋନାଲିସା ପରି 

ଦିବ୍ୟ ସଂରଚନା !


ସ୍ମୃତିର ସୁଦୀର୍ଘ ବେଳାଭୂମିରେ 

ଦିଶିଯାଏ କେବେ କେତେ କେତେ 

ଅଙ୍କା ବଙ୍କା ପାଦ ଚିହ୍ନ !! 

କେବେ ପୁଣି ସମୟର 

ଏକ ସୁଉଚ୍ଚ ଲହରି 

ସେସବୁକୁ କରିଦିଏ ନିଶ୍ଚିହ୍ନ!


କେବେ ଆବେଗ ଦରିଆରେ 

ଉବୁଟୁବୁ ହେଇ ବି ମନଟା 

ଠାଉଠାଉ ଶୁଖିଲା ରହିଯାଏ! 

ପୁଣି କେବେ ଉଦାସୀନତାର 

ଡହଡହ ତତଲା ମରୁବାଲିରେ 

ମନଟା ପୁରାପୁରି ବତୁରି ଯାଏ!


ସମ୍ପର୍କ ମାନଙ୍କ କୁମ୍ଭ ମେଳାରେ 

ମନ ହୋଇଯାଏ 

ଏକବାରେ ଅଲୋଡା  

ପରିତ୍ୟକ୍ତ ଭାଗଶେଷ! 

କେବେ ପୁଣି ନିଃସଙ୍ଗତା ମଧ୍ୟରୁ 

ଜଡାଇ ଧରେ କେଉଁ ଏକ 

ନିଜର ଲାଗୁଥିବା 

ଅଚିହ୍ନା ଆଶ୍ଲେଷ !  

କୁହତ ଦେଖି

କାହିଁକି ?

         

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍