STORYMIRROR

Amruta Mohanty

Others

4  

Amruta Mohanty

Others

ଆକାଶ ଓ ମୁଁ......

ଆକାଶ ଓ ମୁଁ......

1 min
406


ଆକାଶ ରେ!

ତୋ ବୁକୁରେ ବି ପୁଳେ ମେଘ,

ଆଉ ମୋ ବୁକୁରେ ବି ପୁଳେ!

ତୋ ବିଶାଳ କାୟା ମଳିନ ତା ପାଇଁ,

ତା ଲାଗି ବ୍ୟାପିଛି ତମସ ମୋ ମନ ତଳେ।


କୋହ ତୋର ସେ ଯେ

ବିଜୁଳି ଚମକ, ଘଡଘଡିର ଗର୍ଜନ,

ଜୋର କରି କରୁଥାଏ 

ସଭିଙ୍କ ଧ୍ୟାନ ଆକର୍ଷଣ...


ହେଲେ ମୋ ମନର କୋହ

ଶ୍ୱାସରୁଦ୍ଧ ଏକ ନୀରବ ସ୍ପନ୍ଦନ,

ନିଜ କୋଳାହଳେ ଆଜି

ନିଜେ ସେ ମଉନ !


ରହି ରହି ଧରଣୀ ବୁକୁରେ

ତୋ ବାରିଦ ଯାଏ ତ ବରଷି,

ହାଲୁକା କରି ମନ ତୋର

ନିର୍ମଳ ଉଜ୍ଜ୍ୱଳତା ଦିଏ ସେ ନେସି।


କିନ୍ତୁ...

ଅଭିମାନୀ ମୋ ମନ ବାଦଲ

ବହୁଦିନୁ ଜମାଟ ବାନ୍ଧିଛି,

ବରଷିବା ପାଇଁ ମୁଠାଏ ମାଟି

କେଉଁ କାଳୁ ଖୋଜି ସେ ଚାଲିଛି.....।।


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍