STORYMIRROR

Amruta Mohanty

Others

3  

Amruta Mohanty

Others

ଦ୍ବନ୍ଦ!!!

ଦ୍ବନ୍ଦ!!!

1 min
132


ତା ରଙ୍ଗଛଡ଼ା ଓଢ଼ଣୀକୁ 

ପୁରୁଣା ରଙ୍ଗରେ ରଙ୍ଗାଇବାକୁ!

ଅବା ଲିଭି ଲିଭି ଆସିଥିବା ଛବିଟିକୁ 

ପୁଣି ଥରେ ଆଙ୍କିବାକୁ!


ପଛରେ ଛାଡ଼ି ଆସିଥିବା ଗଳିରେ 

ଘେରାଏ ବୁଲି ଆସିବାକୁ !

ଭୁଲିଭୁଲି ଆସୁଥିବା ରାଗକୁ 

କେବେବି ଗୁଣଗୁଣେଇବାକୁ!!!


ନା ସେ ଚାହିଁଛି କେବେ,


ଦର୍ପଣରେ ପୁରୁଣା ମୁହଁକୁ 

ଆଉଥରେ ଖୋଜିବାକୁ!

ଝାଉଁଳା ସ୍ବପ୍ନ 

ସବୁକୁ ଓଦା କରି 

ତାଜା କରିବାକୁ!

ଅବା 

ଜୀବନ୍ତ ସମାଧୀ ନେଇଥିବା 

କାହାଣୀକୁ ପୁର୍ନଜନ୍ମ ଦେବାକୁ!!!!


କିନ୍ତୁ କେଜାଣି କେମିତି!

ଏବେ ବି 

ତା ପସନ୍ଦ ଓଢଣୀ 

ସେଇ ରଙ୍ଗର !

ତୂଳୀ ଧରିଲେ 

କାନଭାସ୍ ରେ ପ୍ରତିଫଳନ ହୁଏ 

ସେଇ ଛବିର !!


ସେଇ ଗଳିକୁ 

ମୋଡ଼ି ହୋଇଯାଏ ଦିଗ 

ଉଠିଥିବା ପାଦଟିର!!

ଆାଉ 

ଜୀବନ ଛନ୍ଦରେ ଆସିଯାଏ 

ସେଇ ରାଗ ବାରବାର!!!


ସେଇ ବିସ୍ମୃତ ଚେହେରା 

ଆଇନାରୁ ଅଚାନକ 

ଉଙ୍କିମାରେ !

ତାଜା ଛନଛନିଆ 

ହୋଇଯାଏ ସେ ସ୍ବପ୍ନ ସବୁ 

ଟୋପେ ପାଣି ପରଶରେ !


ଆଉ 

କୁଆଁ କୁଆଁ ରାବଦିଏ 

ସେଇ କାହାଣୀଟି, 

କିଛି ନୂଆକରି ଲେଖିବାକୁ 

ଯେବେବି ସେ ମନକରେ!!!


ଜାଣିପାରୁନି ସେ !

ସତରେ ଆଗକୁ ବଢିଛି !

ନା ଖାଲି ଚାଲିବାର 

ଅଭିନୟ କରୁଛି!!! 

                  

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍