STORYMIRROR

Amruta Mohanty

Classics

4  

Amruta Mohanty

Classics

ମନ ଓ ବିବେକ

ମନ ଓ ବିବେକ

1 min
270

ମନ ଗୋଟେ ଓଲେଇ ଗାଈ

ବିବେକ ଯାହାର ପଘା!

ମନ ତ ଗୋଟେ ଅବୁଝା ଶିଶୁ, 

ବିବେକ ତା ଉପରେ ରଖଇ ନିଘା!


ମନ ତ ଗୋଟେ ଉଛୁଳା ନଈ

ବିବେକ ଯେ ବନ୍ଧ ତାର,

ମନଟା ଗୋଟେ ଓଦା ମାଟି ଗୁଳା, 

ବିବେକ କୁଶଳୀ କୁମ୍ଭାର!


ମନ ଏକ ଫୁଟନ୍ତା ଫୁଲ,

ବିବେକ ତାର ମହକ !

ମନ ଏକ କୋହିନୁର୍ ହୀରା 

ବିବେକ ତାର ଚମକ!


ମନ ଏକ ଧାବମାନ ଅଶ୍ବ, 

ବିବେକ ସଇସ ତାର! 

ମନ ଏକ ସଂଗୀତ ଆଉ

ବିବେକ ଯେ ସୁର ତାର!!


ମନ ବାପୁଡାଟା ନିରାଟ ଅନ୍ଧ,

ବିବେକ ତା ଆଶା ବାଡି!

ବିବେକ ଏକ ନଟେଇ ଆଉ

ମନ ତ ରଙ୍ଗୀନ ଗୁଡି!


ଏଇ ରଙ୍ଗମଞ୍ଚେ ମନ କଳାକାର, 

ବିବେକ ତା ନିର୍ଦେଶକ!

ମନ ତ ଗୋଟେ ଉଡନ୍ତାଯାନ

ବିବେକ ତା ନିୟନ୍ତ୍ରକ । 


ତେଣୁ ଶୁଣ ଗୁଣୀଜନ 

ଦେଇ ମନ କର୍ଣ୍ଣ !!

ମନକୁ ରଖିଥିବ ସଦା 

ବିବେକ ଅଧିନ!! 


ବିବେକ ସରହଦ 

ଯେବେ ଲଙ୍ଘିଯାଏ ମନ!

ପଶୁ ଠାରୁ ବି ହୀନ

ହେଇଯାଏ ମାନବ ଜୀବନ ।।


             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics