STORYMIRROR

Amruta Mohanty

Others

4  

Amruta Mohanty

Others

ମନ ଚାହେଁ ଆଜି...

ମନ ଚାହେଁ ଆଜି...

1 min
17


ଜାଣିନି କାହିଁକି!! 

ମନ ଚାହେଁ ଆଜି,

ଡେଣାକୁ ମୋ 

ଟିକେ ଝାଡ଼ି ଦିଅନ୍ତି !

ମାଟି କାମୁଡ଼ି 

କେବେଠୁ ପଡ଼ିଛି,

ଆଜି ଆକାଶରେ

ଟିକେ ଉଡ଼ି ମୁଁ ବୁଲନ୍ତି!!


ନିଜ ପାଇଁ ଆଜି 

ଆଖିରେ ଆଖିଏ 

ସପନ ସଜାନ୍ତି !

ପର ପାଇଁ ଢେର 

କିସ୍ତିରେ ମରିଛି !

ନିଜ ପାଇଁ 

ମୁହୂର୍ତ୍ତ କେଇଟା

ଜିଇଁ ତ ଯାଆନ୍ତି!!!


ଇଚ୍ଛା ହୁଏ ଖରସ୍ରୋତା

ନଦୀଟିଏ ହୁଅନ୍ତି!

କେଜାଣି କେବେଠୁ

ନୀରବ ନିଥର 

ପଡି ମୁଁ ରହିଛି,

କିଛି ଦୂର ନିଜ ଧୁନ୍ ରେ 

କଳକଳ ବହି ମୁଁ ଯାଆନ୍ତି!!


ମନ କହେ ମୋର 

ପଥ ହେବା ଛାଡି,

ପଥିକଟେ ବନି ଯାଆନ୍ତି!

ବେଳାଭୂମି ହୋଇ 

ଦେଖିଲି ବହୁତ !

ଲହରି ହେବାର ସୁଖ

ଥରେ ତ ଚାଖନ୍ତି!!


ଜୀବନଟା ଆଜି 

ଡାକେ ହାତ ଠାରି,

ଇଚ୍ଛା ହୁଏ ତାକୁ 

ଥରେ 'ଓ' କରନ୍ତି !

କାଲିର ଚିନ୍ତା 

କରିଲି ବହୁତ !

ଆଜିଟା ତ ନିଜ ପାଇଁ 

ଉପଭୋଗ କରନ୍ତି!!


କେଜାଣି କାହିଁକି 

ଚାହେଁ ମନ ଆଜି,

ନିଜ ସହ 

ପରିଚୟ ବଢାନ୍ତି !

ଯିବା ପୁର୍ବରୁ, 

ଜୁଇ ଛୁଇଁବା ଆଗରୁ

ନିଜ ସହ ଦେଖା କରି ତାକୁ

ଟିକେ ଆଦର କରନ୍ତି!!


ଜାଣିନି କାହିଁକି!


ମନ ଚାହେଁ ଆଜି


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍