STORYMIRROR

Panchanan Jena

Romance

3  

Panchanan Jena

Romance

ପୁଷ୍ପ ଉଦ୍ୟାନ

ପୁଷ୍ପ ଉଦ୍ୟାନ

1 min
151


ଶୁଣୁଛି ଇଂରାଜୀ ବର୍ଷ ବଦଳିବ ବଦଳିବ

ଖାଲି ଲସର ପସର

ଡିସେମ୍ବର ୩୧ ରାତିରେ ମଉଜ ମସ୍ତି ହେବ

ହ୍ୟାପି ନିଭ ଇଅର

ଜିରୋ ନାଇଟରେ ନିଅନ ଲାଇଟରେ 

ପାର୍ଟି କରିବେ ସାରା ସହର

ନାଲି ପାଣି ପିଇ ଅଧା ଲଙ୍ଗଳା ଲଳନା ଧରି 

ଝୁମିବେ ଡିଜେ ଗୀତିକାର ।


ମାସ ଦିନ ବର୍ଷ ବଦଳିବ ଭଲ କଥା

ସୃଷ୍ଟିର ନିୟମ ଧାରା

ମୋ ହୃଦୟେ ସମ୍ମତି ତୁମ ସ୍ମୃତି -ପ୍ରିତି

ବଦଳିବ ନାହିଁ ପରା

ଛାତି ତଳେ ସାଇତି ରଖିଛି ମୁହୁର୍ତ୍ତର କିଛି

ଅଲିଭା ଅଭୂଲା ପସରା 


ଦାଣ୍ଡ ଦୁଲୁକେଇ ମେଲେଇ ରଖିଛି ମୋ ଛାତି ତଳେ

ଛୋଟ ଗୋଟେ ଶୂନ୍ୟସ୍ଥାନ

ନୂଆ ବର୍ଷରେ ଆସିଯାଅ ଥରେ ବାହୁ ପାଶରେ ନାଗଫାସରେ ବାନ୍ଧି ନେବି

 ସଙ୍ଗମ ସ୍ଥଳରେ ପୁଷ୍ପ ଉଦ୍ୟାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance