ପ୍ରିୟା ସହ ଆଳାପ( ୧)
ପ୍ରିୟା ସହ ଆଳାପ( ୧)
ମୁଖ ପୁସ୍ତିକା ରୁ ଖୋଜି ଖୋଜି ଆଜି
ପାଇଲି ପ୍ରିୟା ର ଫଟୋ
ମଳିନ ଦିଶୁଛି କନକ ଗୋରୀ ମୋ
ଶୁଖି ଯାଇଛି ତା ଓଠ ।
ଫଟୋ କୁ ଚାହିଁ କହିଲି ସୁନ୍ଦରୀ
ଭଲ ଅଛି କି ଗୋ ତୁମେ ?
କହିଲା ବଦନ ଅବନତି କରି
ଭୁଲି ନ କି ମୋତେ ତୁମେ ?
କହିଲି ରୂପସୀ ପ୍ରଥମ ପ୍ରେମକୁ
ଭୁଲିପାରେ କିଏ କାଳେ
ଜହ୍ନ କି ଭୁଲଇ କଇଁ ର ପ୍ରେମକୁ
ଏତେ ଦୂରେ ଥାଇ ହେଳେ ? ।
ମନ୍ଦେ ମନ୍ଦେ ହସି କହିଲା ମାନସୀ
କାହିଁ କଲେ ମୋତେ ଦୂର ?
କହିଲି ଗୋରୀ ଲୋ ମୋତେ ଘେରି ଥିଲା
ଅଧ୍ୟୟନ ର ପ୍ରାଚୀର ।
ଚାରୁ ଘନ କେଶୀ ସଧିରେ କହିଲା
କହିଥାନ୍ତ ଯଦି ମିଶାଇ ଆଖି
ତୁମେ ମୋର ପ୍ରିୟା ମୁଁ ଖାଲି ତୁମର
ପ୍ରେମ ଆମ ମୂକ ସାକ୍ଷୀ ।
ଡରି ଗଲି ପ୍ରିୟା କାଳେ ଦୂରେଇବ
କରି ଦେଇ ମୋତେ ପର
ଭାବି ଭାବି କେବେ କହିପାରେ ନାହିଁ
ହେଇ ରହି ଥାଅ ମୋର ।
ଏହି ସମୟରେ ଦୂର ଗ୍ରାମେ କାହିଁ
କୁକ୍କୁଟ ଟା ଡାକ ଦେଲା
କହିଲି ସୁନ୍ଦରୀ ପରେ ଦେଖା ହେବ
କର୍ତ୍ତବ୍ୟ ର ବେଳ ହେଲା ।
କ୍ରମଶଃ ------

