STORYMIRROR

Satyanarayan Sahoo

Abstract Romance Classics

4  

Satyanarayan Sahoo

Abstract Romance Classics

ଦୀପାବଳୀ

ଦୀପାବଳୀ

1 min
259


କେତେ ଖୁସି ଆଉ ଆନନ୍ଦ ଉଲ୍ଲାସ

ଉଦ୍ଦୀପନା ଧରି ଆସେ

ପ୍ରତି ଜନ ମନ ନବୀନ ଚେତନା

ସ୍ପନ୍ଦନେ କୁରୁଳି ଉଠେ ।


ଏହି ଦୀନ ଦୀପ ଜାଳି ଗାଁଆ ଦାଣ୍ଡ

ମନ୍ଦିର ଘର ଅଗଣା

ସବୁଆଡେ଼ ସାଜ ପ୍ରସ୍ତୁତ ହୋଇଣ

ଦିଶେ କେତେ ମନ ଜିଣା ।


ତୁଳସୀ ଚଉରା ମୂଳରେ ପୋତିଣ

ବାଉଁଶ ବତା ଉପରେ

ମହମ ବତୀ ଓ ଦୀପ ରଖା ଯାଇ

ଦିଶଇ ସୁନ୍ଦର ତରେ ।


ସହର ବଜାର ଦିଶେ ଝଲ୍ ମଲ

ନାନା ବର୍ଣ୍ଣ ଆଲୋକ ରେ

ବିଜୁଳି ଆଲୋକ ମାଳା ରେ ଝଲକ

ବିଦ୍ୟୁତ ପ୍ରଦୀପ ମାଳେ ।


ଝଟକେ ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ

ବିଭା - ବିଭସ ମନୋଜ୍ଞ

ଚମକ ପ୍ରକାଶ ଚମତ୍କାର ବେଶ

ମନଲୋଭା ଚାରୁ ସାଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract