STORYMIRROR

Satyanarayan Sahoo

Abstract Romance

4  

Satyanarayan Sahoo

Abstract Romance

ଆମ୍ବ ତୋଟା

ଆମ୍ବ ତୋଟା

1 min
233


ମନେ ପଡେ ଆଜି ଆମ୍ବ ତୋଟା ମାଳ

ମୋର ପିଲାଦିନ କଥା

ମନେ ମନେ ଭାବି ଦେଲା କ୍ଷଣି କେତେ

ଆସେ ଖୁସି ମାଦକତା । 

ପିଲା ମାନଙ୍କ ର ମେଳ ରେ ସେଠାରେ

ଖେଳୁ ଥିଲୁ ନାନା ଖେଳ

ଭରି ରହି ଥିଲା ଗ୍ରାମ ରେ ବହୁତ

ତୋଟା ମାଳ ବନ ବିଲ ।

ବାଡି ପଛପାଖ ବଗିଚା ଓ ପାର୍କ

ବୁଲିବା ରେ ଥିବା ମଜା

ଖରା ବେଳେ ତୋଟା ଗହଳେ ବୁଲିବା

ଲାଗୁ ଥିଲା ଅତି ଶ୍ରଦ୍ଧା ।

ବରଷା ବତାଷି ଆସିଲେ ତୋଟ।ରେ

ଆମ୍ବ ଗୋଟାଇବା ପାଇଁ 

ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ

ମନେ ଯାଉ ଥିଲୁ ଧାଇଁ ।

ଆଜି କିନ୍ତୁ ଏବେ ନିଶୁନ ସକଳ

ସେ କାଳ ମାଧୁରୀ ନାହିଁ

ଚାରି ଆଡେ଼ ମାଡ଼ି କଂକ୍ରିଟ ଜଙ୍ଗଲ

ଆଉ ରାସ୍ତା ଘାଟ ପାଇଁ ।

ଲୁପ୍ତ ସବୁ ଏବେ ଯେତେ ବି ଖୋଜିଲେ

ମିଳେ ନାହିଁ ଆମ୍ବ ତୋଟା

ବିଲ, ବନ, କ୍ଷେତ , ଗହୀର , ସବୁଜ

ଘାସ ରେ ପୂର୍ଣ୍ଣ ଗାଲିଚା 

କିଛି ଦିନ ତଳେ ରହି ଥିଲା କିନ୍ତୁ

ଆଜି, ଆଗ ଭଳି ଇଚ୍ଛା ।

ରହି ଅଛି ହେଲେ ଲୁପତ ସକଳେ

ଅତୀତ ଅବସ୍ଥା ମାନ

ଅତୀତ ପାଇଁକି କା' ମନେ ନାହିଁକି

ଆଣିବାକୁ ଜାଗରଣ ।


Rate this content
Log in

Similar oriya poem from Abstract