STORYMIRROR

Suresh chandra Padhy

Romance Others

4  

Suresh chandra Padhy

Romance Others

ରାତି ଓ ଋତୁ

ରାତି ଓ ଋତୁ

1 min
245


ଓଃ....! ଏ ଶୀତ ରାତି ଟା ଭାରି ମଜା ଲାଗୁଛି

ଦେହ ବି ଥରୁଛି ମନ ଦୋହଲି ଯାଉଛି

ଆକାଶ କେତେ ସୁନ୍ଦର ଲାଗୁଅଛି

ଧରଣୀ ରେ ଶିଶିର ର ବିନ୍ଦୁ ଲୋଟି ପଡୁଛି

ଶୀତ ରେ କୁହୁଡି ଭରା ସକାଳ ରେ ପଥ ଦିସୁ ନାହିଁ

ସୁଦୂର ଆକାଶ ରେ ଲାଲ ସୁରୁଜ ମନ କୁ ସତେଜ କରୁଛି

ରାତି ହେଲେ ସବୁ ଆଡ଼େ ଧୁନି ଜଳୁଛି 

ଗାଁରେ ଏବେ ଶୀତ ର ଆସର ଜମୁଛି

ନିଆଁ ପାଖେ ବସିବାର ମଜା ଭାରି ନିଆରା ଲାଗୁଛି

ଭୋର ରୁ ନିଦ ଆଉ ଭାଙ୍ଗୁ ନାହିଁ

ଶୀତ ଋତୁ ରେ ରେଜେଇ ଛାଡି ବାକୁ ଇଚ୍ଛା ହେଉନି

ରାତି ବଢିଲେ ଶୀତ ବଢ଼ି ବଢ଼ି ଯାଉଛି

ସଭିଙ୍କ ଦେହରେ ଏବେ ରଙ୍ଗ ବେରଙ୍ଗର ଶୀତ ବସ୍ତ୍ର ଦେଖା ଯାଉଛି

ପକ୍ଷୀ ମାନେ କେତେ ସୁନ୍ଦର ଦିଶୁଛନ୍ତି

କାହିଁ କେଉଁ ଅଜଣା ରାଇଜ ରୁ ଚାଲି ଆସି ଛନ୍ତି

କୋଇଲି ର କୁହୁ କୁହୁ ଶବ୍ଦ ମନ ମୋହି ନେଉଛି

ଭଳିକି ଭଳି ଫୁଲ ରେ ଧରଣୀ ଏବେ ସଜେଇ ହୋଇଛି

ଏ ରାତି ଯେତିକି ଆନନ୍ଦ ଭାରି ଦେଉଛି

ଶୀତ ଋତୁରେ ସେତିକି ବନ ବିହାର କରିବାର ଇଚ୍ଛା ହେଉଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance