STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ତୁମେ, ମୁଁ ଓ ଦୁଇକପ୍ ଚା

ତୁମେ, ମୁଁ ଓ ଦୁଇକପ୍ ଚା

1 min
289

ତୁମେ, ମୁଁ ଦୁଇକପ୍ ଚା ଓ କିଛି ନିବିଡ଼ ନିରବତା

ବିନା ଉଚ୍ଚାରଣରେ ବି ଆମେ ଦୁହେଁ ଶୁଣି ପାରୁଥିଲୁ 

ଉଭୟଙ୍କ ଭିତରର ଆବେଗ ଓ ଭାବପ୍ରବଣତା। 


ଜୀବନ ମାନେ ଯେ ଦୁଃଖ ଓ ଯନ୍ତ୍ରଣା 

ସେତେବେଳେ ଆମ ପାଇଁ ଥିଲା ଅଭିଧାନ ବହିର୍ଭୁତ 

ଚା କପ୍ ରେ ବାଷ୍ପୀଭୂତ ହେଉଥିଲା ଅତୀତର ସମସ୍ତ ସଂଘାତ। 


ଆଃ ! ତେବେ ଏଇ କଣ ବାସ୍ତବରେ ସୁଖ !

ପ୍ରିୟ ଜନର ସାନ୍ନିଧ୍ୟରେ ଏ ବା କି ରୋମାଞ୍ଚ !

ଏଇଠୁ ହିଁ ଆରମ୍ଭ ହେଉଥିଲା ସ୍ୱପ୍ନର ସାମ୍ରାଜ୍ୟ ତୁମ ଓ ମୋ ଆଳାପରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance