STORYMIRROR

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୪୫

ପଦଟିଏ ତୋ ନାଁରେ ପ୍ରିୟା ୪୫

1 min
173

ଥରଟିଏ ପ୍ରିୟା ଘରର

ରାସ୍ତା ମିଳିଯାଏ ତ

ବାସ୍ , ପାଦ ଆଉ

ବୋଲ ମାନେନି ,

ଥକି ବି ପଡେନି ,

ଅଟକିବାର ନାଁ ଧରେନି ।


ସେ ରାସ୍ତାରେ

ନ ଥାଏ କ୍ଲେଶ ,

ନ ଥାଏ ଗ୍ଳାନି ,

ନ ଥାଏ ଶୋଚନା,

ନ ଥାଏ ମାନ, ଅପମାନ ।


ପ୍ରିୟା ଘର ରାସ୍ତାର

କଣ୍ଟା ଗୁଡିକ

ଗୋଟେ ଗୋଟେ ଗୋଲାପ ଫୁଲ,

ସେ ରାସ୍ତାର

ଗୋଡି , ପଥର ଗୁଡିକ

ଘାସର ଗାଲିଚା ,

ସେ ରାସ୍ତାର

ଖାଲ ଖମ

ସମୁଦ୍ରର ମନଲୋଭା ଊର୍ମିମାଳା ।


ପ୍ରିୟା ଘର ରାସ୍ତାର

ପଥିକମାନେ ସମସ୍ତେ

ଗୋଟେ ଗୋଟେ କାଳିଦାସ,

ଯାହାଙ୍କୁ ଖାଲି

ପ୍ରିୟାର ଘର ହିଁ ଦିଶେ

ଆଉ କିଛି ବି ଦିଶେନି ।  


Rate this content
Log in

Similar oriya poem from Romance