Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

4  

Sanjya Tripathy

Romance

ମାଟିଲଗ୍ନା

ମାଟିଲଗ୍ନା

1 min
4


ମାଟିଲଗ୍ନା

ଝିକାରୀର ହିଁ ହିଁ ଶବ୍ଦରେ ଚିତ୍ରାୟିତ ରାତ୍ରି

ଅଭିସାରିକା ଦେହରେ ଶତ କଦଂବର ରୋମାଂଚ

ବେପଥୁ ଓ ଶିହରଣ ମାନଂକର ଝଡ

ପ୍ରିୟ ପୁରୁଷ ସହ ମିଳନର ଅନଂତ ପ୍ରତୀକ୍ଷା

ନଚେତ୍ ପରପୁରୁଷ ସହ ପରକୀୟା ପ୍ରୀତି

ପାଶ୍ଚାତ୍ୟ ସଂସ୍କୃତିର ଲିଭ-ଇନ୍ ରିଲେସନସିପ୍

ଆମେ ହନୁକରଣରେ ବାୟା

କିଏ ଗାଇବ ଲୁଲୁ ପାଇଁ ନାନା ବାୟା ଗୀତ ?

ଝଡର ଇଗଲ୍ ଆସି ସ୍ୱସ୍ତ ବିଧ୍ବସ୍ତ କରିଦିଏ

ହଳଦୀ ବସଂତର ନୀରବ ନୀଡ

ଏବେ ସ୍ବପ୍ନ ସବୁ ଠିଆ ଠିଆ ଦେଖ

ମାଟିଲଗ୍ନା

ମନର ମଣିଷକୁ ଟାଣିନିଅ ନିରୁତା ପ୍ରେମର ବଂଧନରେ

ପଦ୍ମଶତଦଳରେ ମଜ୍ଜି ଯାଇ ଲେଖିଚାଲ

ଫର୍ଦ୍ଦ ଫର୍ଦ୍ଦ ସାହିତ୍ୟ ମାଟିର ବାସ୍‌ନାର

ମାଟିର ଗଂଧରେ ବିଭୋର ହୁଏ ସକାଳ ପ୍ରେମୀଯୁଗଳ

କୃଷକ ସଂଗୀତରେ ଭରିଦିଅ ପରିବେଷ୍ଟନୀ

ମୁକ୍ତିକାମୀ ଜନତା ଧରୁ ଜୀବନର ମଶାଲ

ଆଉ ସୃଷ୍ଟି କରି ଚାଲୁ ଜ୍ୟୋସ୍ନାଧୌତ ଧରଣୀର ଚିତ୍ର

ପରିବର୍ତନର ସଂଦେଶ ନେଇ ଝରି ଆସି ଏକ ଶ୍ରବଣୀ କବିତା ।।



Rate this content
Log in

Similar oriya poem from Romance