Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଆନ୍ତର୍ଜାତୀୟ ମହିଳା ଦିବସ ଓ ଭାରତ

ଆନ୍ତର୍ଜାତୀୟ ମହିଳା ଦିବସ ଓ ଭାରତ

1 min
3



ଏ ଦେଶ ସତୀ ସୀତା ଓ ଅନୁସୟାଙ୍କ ଦେଶ

ପୁନଶ୍ଚ ଗାର୍ଗୀ, ମୈତ୍ରେୟୀଙ୍କ ଦେଶ

ସୁନିତା ଉଇଲିୟମ୍ସ ଓ କଳ୍ପନା ଚାୱଲାଙ୍କ ଦେଶ

ସେ ଲୀଳାବତୀ ସୂତ୍ର ହେଉ 

ଅଥବା ଶକୁନ୍ତଳା ପଣ୍ଡା

ବିଦୁଷୀ, ଅଭିଯାତ୍ରୀ ଓ ସତୀଙ୍କ ଦେଶ

ସର୍ବୋପରି ସପ୍ତର୍ଷୀ ମଣ୍ଡଳର ଅରୁନ୍ଧତୀ ଙ୍କ ଦେଶ

ବିଦାୟୀ ସୂର୍ଯ୍ୟଙ୍କୁ ପାଣି ଟିକେ ଢାଳି ଦେଇ

ଆମେ ଆଗେଇବା ଲତାଙ୍କ ସ୍ଵରଲାଲିତ୍ୟରେ 

ଇନ୍ଦିରା ଙ୍କ ଗରିବୀ ହଟାଓରେ 

ଗୁରୁବାରୀ ମିର୍ଦ୍ଧାଙ୍କ ସମ୍ବଲପୁରୀ ନୃତ୍ୟରେ 

ଏବଂ ବସନ୍ତର ପତ୍ରଝଡ଼ା ଋତୁରେ 

ବ୍ୟତିକ୍ରମଭରା ଏକ ଶ୍ରାବଣୀ କବିତାରେ ।

ସେ ନିର୍ଭୟା, ପରୀ ଓ କୁନ୍ଦୁଲି

ଗଣ ଦୁଷ୍କର୍ମର ଅଫୁଟନ୍ତ କଳିକା

ନାରୀକୁ ବହୁଭୋଗ୍ୟା ନ କରି

ସମୁଚିତ ସମ୍ମାନ ଦେବାର 

ମାହେନ୍ଦ୍ର ବେଳା ଏବେ ଉପଗତ 

ସମାଜରୁ ସମସ୍ତ ଭେଦଭାବ, ଅନୀତି

ଓ ଦୁର୍ନୀତିର ଉଜାଣି ଯମୁନାରେ 

ଭାସି ଆସୁ ନାରୀ ନାମ୍ନୀ ଏକ ସୁଅ ମୁହଁର ପତର

ସ୍ମୃତିର ସର୍ହଦ ତଳୁ ଗୋଟାଇ ଆଣି ସ୍ୟମନ୍ତକ ମଣି

ନାରୀ ହେଉ ସମାଜର ପଥ ପ୍ରଦର୍ଶିକା

ସ୍ନେହ ଓ ମମତାର ପ୍ରତିମୂର୍ତ୍ତି 

ସମ୍ପର୍କର ସୁରମ୍ୟ ସୃଜନଶୀଳତାରେ

ଗଢା ହେଉ ନବ ଏକ ଦିଗନ୍ତ।


Rate this content
Log in

Similar oriya poem from Classics