ତାରେଣୀ ମାଆକୁ ନିମନ୍ତ୍ରଣ
ତାରେଣୀ ମାଆକୁ ନିମନ୍ତ୍ରଣ
ତାରେଣୀ ମାଆ ଲୋ ଦୁଃଖହାରିଣୀ ତୁ
ଶାଳବଣେ ତୋର ପୀଠ
ଯାଇ ନପାରି ତୋ ରୂପ ଗଢି ଅଛି
ସଜାଇଛି ତୋର ରୂପ ।
ସିନ୍ଦୁର ମନ୍ଦାର ସଜାଇ ଦେଇଛି
ପିନ୍ଧାଇଛି ନାଲି ପାଟ
ବାଡ଼ି ପଟେ ଶାଳଗଛ ଲଗାଇଛି
ତା ମୂଳେ କରିଛି ପୀଠ ।
ନିମନ୍ତ୍ରଣ ତୋତେ କରୁଛି ମାଆ ଲୋ
ଥରେ ଆସି ଦେଖି ଯାଆ
ତୋ ଆଖି ପଡିଲେ ଏଇ ମୂର୍ତ୍ତିରେ
ଜୀବନ ହେବ ପ୍ରତିଷ୍ଠା ।
ପାଖେ ପାଖେ ତୋତେ ରଖିବି ବୋଲି ମୁଁ
ଏଭଳି ପ୍ରୟାସ କଲି
ଦୋଷ ଯଦି ମୋର ହୋଇଛି ମାଆ ଲୋ
ଭାବେ କ୍ଷମା ଦେବୁ ବୋଲି ।
ସୁଖ ଦୁଃଖରେ ମୁଁ ତୋ ପାଖରେ ବସି
ହସିବି ଆଉ କାନ୍ଦିବି
ଆଖିରୁ ଯଦି ମୋ ଲୁହ ଗଡିପଡେ
ତୋ ପଣତେ ପୋଛି ଦେବି ।
ଅସରା ଦୁଃଖକୁ ତୋ ପାଖରେ ବାଣ୍ଟି
ନିଜକୁ ଶାନ୍ତ କରିବି
ତୁ ଅଛୁ ବୋଲି ପାଖେ ପାଖେ ମୋର
ସାହସ ଜୁଟାଉଥିବି ।