ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।
ମାୟା ବନ୍ଧନ ରେ ମୋତେ
ମାୟା ବନ୍ଧନ ରେ ମୋତେ
କଲ ବନ୍ଧନ ।
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।
ଅନେକ ଦିନ ହେଲାଣି
ଦେଖିନି ମୁଖ,
କେବେ ଦେଖିପାରିବି ହେ
କଳା ଶ୍ରୀ ମୁଖ ।
ତୁମକୁ ଦେଖିବା ପାଇଁ
ବ୍ୟାକୁଳ ମନ,
ତୁମ୍ଭ କୃପା ହେଲେ ମିଳି
ଯିବ ଦର୍ଶନ ।
ସଦା କୃପା ରଖିଥିବ
ସଦା କୃପା ରଖିଥିବ
ଚକା ନୟନ ।
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।
ବିଚିତ୍ର ଲାଗୁଛି ତୁମ
ସୃଷ୍ଟି ସର୍ଜନ,
ସଂସାର ମାୟାରେ ପଡ଼ି
ଅଛି ମୋହନ ।
ସୃଷ୍ଟି କୁ ତୁମେ ସର୍ଜିଛ
ଚକାନୟନ,
ମାୟା ବନ୍ଧନେ ପଡିଛି
ଉଦ୍ଧାର ଧନ ।
ଧନ୍ୟ ଲୀଳା ଲଗାଇଛ
ଧନ୍ୟ ଲୀଳା ଲଗାଇଛ
ଜଗମୋହନ ।
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।
ମଣିଷ ଭାବୁଛି ସବୁ
କରୁଛି ମୁହିଁ,
ତୁମ କୃପା ହେଲେ ପତ୍ର
ହଲିବ ଯାଇ ।
ପୂଜିବି ତୁମ୍ଭ ପୟରେ
ଭାବୁଛି ମନ,
ମାୟା ସଂସାରରେ ପଡ଼ି
ଅଥୟ ମନ ।
ଧନ୍ୟ ସୃଷ୍ଟି ତୁମ୍ଭର ହେ
ଧନ୍ୟ ସୃଷ୍ଟି ତୁମ୍ଭର ହେ
ଜୀବ ଜୀବନ ।
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।
ପରକରି ଦେବନିହେ
ଜଗମୋହନ,
ଭକ୍ତ କୁ ଭାବରେ ବାନ୍ଧୁ
କାଳିଆ ଧନ ।
ତୁମ୍ଭଶ୍ରୀ ଚରଣେ ସଦା
ରଖ ମୋ ମନ,
ଭଜୁଥିବି ନିତି ତୁମ
କଳା ବଦନ ।
ମାୟା ଲଗାଇବ ନିହେ
ମାୟା ଲଗାଇବ ନିହେ
ଜଗମୋହନ ।
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।
ମାୟା ବନ୍ଧନ ରେ ମୋତେ
ମାୟା ବନ୍ଧନ ରେ ମୋତେ
କଲ ବନ୍ଧନ ।
ଜଗମୋହନ ହେ ଜଗମୋହନ
ଜଗମୋହନ ହେ ଜଗମୋହନ ।