କାମନା ବିନାଶେଜ୍ଞାନ ପ୍ରକାଶ
କାମନା ବିନାଶେଜ୍ଞାନ ପ୍ରକାଶ
କାମନା ଅଟଇ ଅଦେଖା ସ୍ରୋତ ଟେ
କେବେ ତ ସୁଖଇ ନାହିଁ
ସବୁ କାମନା କି ପୁରଣ ହୁଅଇ
ନ ହେଲେ ଦୁଃଖ ଆସଇ ।
ଅନ୍ତ ହୀନ ଏଇ କାମନା କରଇ
ଅସନ୍ତୋଷ ଆବାହନ
କାମନା ବିହୀନ ଜୀବନଟି ପରା
ହୋଇ ଉଠେ ଶାନ୍ତି ପୂର୍ଣ୍ଣ ।
ଦୁର୍ଲଭ ଜୀବନ ମଣିଷ ଜୀବନେ
କାମନା ଆଣଇ ଦୁଃଖ
କାମନା ବିନାଶେ ଦୁଃଖର ବିନାଶ
ଶାସ୍ତ୍ର ଦିଏ ରୂପ ରେଖ ।
କାମନା ଭିଆଣ ହିଂସା, ଲୋଭ, କ୍ରୋଧ
ଡାକି ଆଣଇ ଅଶାନ୍ତି
କାମନା ବିନାଶି ହିଂସା, ଦ୍ୱେଷ ତେଜି
ମଣିଷ ହୁଏ ଆସ୍ଵସ୍ତି ।
ଗୀତା ଜ୍ଞାନ କୁହେ ଆମ ଶାସ୍ତ୍ର କୁହେ
କୁହେ ବୁଦ୍ଧ ଅନୁଭବ
କାମନା ବିହୀନ କର୍ମଯୋଗ ପୁଣି
ବୁଦ୍ଧଙ୍କର ଅନୁଭବ |
କର୍ମ ଯୋଗେ ଜାଳି କାମନା ବାସନା
ହୃଦୟ ନିର୍ମିଳ କରି
ଜ୍ଞାନର ଉଦୟ ହୋଇଯିବ ପରା
ଝରିବ ସନ୍ତୋଷ ବାରି ।
କାମନା ଲଗାମ ହାତରେ ରଖିଲେ
ଜୀବନ ସଫଳ ହେବ
ସତ୍ୟ, ଧର୍ମ ,ଦୟା, କ୍ଷମା ଆଚ଼ରଣେ
ଜୀବନ ଧନ୍ୟ ହୋଇବ |
ଦୁର୍ଲଭ ଜୀବନ ଧନ୍ୟ ହୋଇଯିବ
ପ୍ରଭୁ କୃପା ମିଳି ଯିବ
କାମନା ବିହୀନ କର୍ମେ ତଲ୍ଲୀନତା
ଦେବ ଯେ ଆତ୍ମୀୟତା ଭାବ ।
କାମନା ଆଣଇ ଅବଶୋଷ ଖାଲି
ଦୁଃଖ ଡାକେ ହାତ ଠାରି
କାମନା ପୁରଣ ପାଇଁ ଏ ମଣିଷ
ପାପକୁ ନିଏ ଆବୋରି ।
ଦୁର୍ଲଭ ଜନମ ସାର୍ଥକ ହୋଇବ
କାମନାର ବିନାଶରେ
ଜ୍ଞାନା ଲୋକ ଖେଳିଯିବ ଚେତନାରେ
ଲକ୍ଷ୍ୟ ଦିଶିବ ଆଗରେ |
କାମନା ବିହୀନ ସରଳତା ଗୁଣେ
ସଭିଏଁ ଆକୃଷ୍ଟ ହେବେ
ଜୀବନ ଜୀଇଁବା ସହଜ ହୋଇବ
ଭାବଗ୍ରାହୀ ମିଳିଯିବେ |
ନିର୍ମଳ କର ହେ ଏ ଜୀବନ ପ୍ରଭୁ
କାମନା ବିହୀନ କର
ଜ୍ଞାନାଲୋକେ ପ୍ରଭୁ ଏଇ ଜୀବନର
ଅନ୍ଧାର ଯେ କର ଦୂର ।
