STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ସନ୍ତାପିତ ହୃଦୟ

ସନ୍ତାପିତ ହୃଦୟ

1 min
249


ସମୟ ନିଷ୍ଠୁର ନୁହେଁ ନିଜର

ଜନ୍ମ ମୃତ୍ୟୁ ମଧ୍ୟେ କାଳ କ୍ଷଣର

ପାଇଛୁ ଅନେକ ଖୁସି ହସରେ 

ହଜିଛି ସପନ ଯେ ହତାଶରେ

ଜୀବନ ଏଠାରେ

ଛଟ ପଟ ହୁଏ ସେ କାମନାରେ ll


ବାପା ମାଆ ମୃତ ଵିଧି ନିଶ୍ଚିତ 

ଶୋକରେ ଅଧୀର କରେ ବ୍ୟଥିତ

ପିତା ଥାଇ ପୁତ୍ର ଯମ ନିକଟେ

ଆଗ ବାହୁଡଇ ହୃଦୟ ଫାଟେ

ଯନ୍ତ୍ରଣା ଦାରୁଣ

ଏଇତ ଜୀବନ ଅଢେଇ ଦିନ ll


ପୁତ୍ର ଝିଅ ପାଇଁ ଜୀବନ ଦେଉ

ତାଙ୍କ ପ୍ରଗତିରେ ଆନନ୍ଦ ପାଉ

ବଡ଼ ହେଲା ପରେ ସ୍ୱାଧୀନ ହୋଇ

କାମ କରେ ସେହି ପଚାରେ ନାହିଁ

ଅକୁହା ବେଦନା

ଅସହ୍ୟ ହୁଅଇ ପାଇ ଯାତନା ll


ପ୍ରଥମ ପ୍ରେମକୁ ଭୁଲି ପାରୁନା

ଅବ୍ୟକ୍ତ ରୁହଇ ନିଜ ଭାବନା

ସମୟ ଚକ୍ରରେ ବଞ୍ଚିବା ଶିଖୁ

ଭଙ୍ଗା ହୃଦୟକୁ ସାଇତି ରଖୁ

ମନର ଆଘାତ

ପାଇକି ହୁଅଇ ଯେ ମର୍ମାହତ ll


ଜୀବନ ସାଥିଟି ଫେସନେ ମାତି

ଆଧୁନିକ ନାମେ ଭୁଲେ ସଂସ୍କୃତି

ଧରମ ଭାଇକୁ କରେ ପୀରତି

ଲଜ୍ଜ୍ୟା ହୀନ କର୍ମେ ରଖଇ ମତି

ଆଜିର ସମାଜେ

ଶିକ୍ଷା ହୀନ ବ୍ୟକ୍ତି କଳଙ୍କ ସାଜେ ll


ଦଇବ ହାତରେ ଦଉଡି ଧରି

ନାଚାଏ ଆମକୁ ତା ଥେଇ କରି

ଆପଣା ଦରବ ଛଡାଇ ନେଇ

କରେ ଜର୍ଜରିତ ଦୁଃଖକୁ ଦେଇ

ହୃଦୟ ଆମର

ସନ୍ତାପିତ ହୁଏ ହୋଇ ଅସ୍ଥିର ll



Rate this content
Log in

Similar oriya poem from Classics