Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

କୋଇଲି ବୈକୁଣ୍ଠ

କୋଇଲି ବୈକୁଣ୍ଠ

1 min
276



ମର୍ତ୍ତ୍ୟର ବୈକୁଣ୍ଠ ପୁର ଅଧୀଶ୍ଵର

   ପ୍ରଭୁ ଜଗତର ନାଥ

କୋଇଲି ବୈକୁଣ୍ଠ ତାଙ୍କରି ଉଦ୍ୟମେ

   ହୋଇଅଛି ପ୍ରତିଷ୍ଠିତ ।

ଲୋକକଥା ଅନୁଯାୟୀ ଦିନେ ଲକ୍ଷ୍ମୀ

   ବୁଲୁଥିଲେ ଉଦ୍ୟାନରେ 

କୋଇଲି ରୂପକୁ ଧରି ଜଗନ୍ନାଥ

    ଗାଇଲେ ପଞ୍ଚମ ସ୍ୱରେ ।

ସର୍ବଜ୍ଞାନୀ ମାତା ଲକ୍ଷ୍ମୀ ଠାକୁରାଣୀ

   ଏହିକଥା ଜାଣି ପାରି

କହିଲେ ପ୍ରଭୁଙ୍କୁ ଆଜିଠୁ ଏହାକୁ

  କୋଇଲି ବୈକୁଣ୍ଠ ବୋଲି ।

ଲକ୍ଷ୍ମୀ ଙ୍କ କଥାକୁ ପ୍ରଭୁ ଜଗନ୍ନାଥ

   ସମ୍ମତି କଲେ ପ୍ରଦାନ

ସେହିଦିନଠାରୁ କୋଇଲି ବୈକୁଣ୍ଠ

   ହୋଇଲା ଏହାର ନାମ ।

ବାର ବର୍ଷ ପରେ ନବ କଳେବର

   ହୁଏ ଜଗନ୍ନାଥଙ୍କର 

ଦିବ୍ୟଦାରୁ ଆଣି ରଖନ୍ତି ଏଠାରେ 

  ନିର୍ମାଣ ନ୍ତି କାରିଗର ।

ଚାରି ବିଗ୍ରହଙ୍କୁ ଚାରି କୁମ୍ଭ ଜଳେ 

   ସ୍ନାନ କରାଯାଇ ଥାଏ

ଚାରି ଦାରୁ ଘର ସେଠାରେ ରହିଛି

   ସାତଟି ମଣ୍ଡପ ଶୋହେ ।

ପତି ମହାପାତ୍ର ସବୁଦିନ ଆସି

   ଭୋଗ ପ୍ରଭୁଙ୍କୁ ଦିଅନ୍ତି

ସ୍ନାନ ପୂର୍ଣ୍ଣିମା ଠୁ ଏଠାରେ ପୂଜା 

   ପଇଞ୍ଚାଳିଶି ଦିନ ପାନ୍ତି।

ଅନ୍ତ ର୍ବନଜାଗ ସେବା ସେଠି ହୁଏ

   କେହି ଦେଖି ନ ପାରନ୍ତି 

ବିଶ୍ଵକର୍ମା ସେବକ ମାନେ ଏଠାରେ

   ଦାରୁ ନିର୍ମାଣ କରନ୍ତି ।

ଦଇତା ସେବକ, ଚାରି ବାଡଗ୍ରାହି

   ସେବା କାର୍ଯ୍ୟ କରିଥାନ୍ତି

 ଠାକୁରଙ୍କ ଦେହାବସାନ ଏଠାରେ

    ବାରବର୍ଷେ ଥରେ ହ୍ୱନ୍ତି ।

ଜଗନ୍ନାଥଙ୍କର ଦର୍ଶନ ସାରିଣ 

   କୋଇଲି ବୈକୁଣ୍ଠ ଯାନ୍ତି ।

ସେଠାରୁମାଟି ଆଣି ଘରେ ରଖିଲେ

    ଦୁଃଖ କଷ୍ଟୁ ତରିଯାନ୍ତି ।

ଲୋକ କଥାନୁସାରେ ଏ ମାଟିକୁ 

   ଘରେ ରଖେ ଯେଉଁ ଜନ

ବୈକୁଣ୍ଠ ସମାନ ହୁଏ ତାର ଘର

    ସୁଖ ଶାନ୍ତି ପରିପୂର୍ଣ୍ଣ ।

ସବୁ ସେଇ କଳା କହ୍ନେଇ ର ଲୀଳା

    କିଣେ ଭକ୍ତ ର ମନକୁ 

ତାର ପ୍ରେମ ଡୋରେ ବନ୍ଧା ଏ ଜୀବନ

   ପ୍ରଣାମ ପାଦ ପଦ୍ମକୁ ।


Rate this content
Log in

Similar oriya poem from Classics