STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଭାଷା ଆନ୍ଦୋଳନ

ଭାଷା ଆନ୍ଦୋଳନ

1 min
334


ମା ଠାରୁ ଆମେ ମାତୃଭାଷା କୁ ଜାଣିଲେ,

ଆମେ ଓଡ଼ିଆ ହୋଇ ନିଜ ପରିଚୟ ପାଇଲେ।


ଆମ ଭାଷା ଦିନେ ଘୋର ସଙ୍କଟ ରେ ପଡ଼ିଥିଲା,

ଭାଷା ଜନନୀ ଭାଷା କୁ ବଞ୍ଚାଅ ତୁମେ ପ୍ରତି କାନେ କହୁଥିଲା।


ଫିରିଙ୍ଗି ମାନେ ଆମ ଦେଶ. କୁ ଶାସନ କରିଲେ,

ବିଦେଶୀ ଭାଷା କୁ ଆମ ଦେଶେ ରଖିଲେ।


ବଙ୍ଗାଳି ମାନେ ଆମ ଭାଷା କୁ ତୁଛ ମନେ କଲେ,

ଆମ ଓଡ଼ିଆ ଭାଷା କୁ ଲୋପ କରିବାକୁ ବସିଲେ।


ଆମ ଉତ୍କଳ ଭୂମି ଥରି ଯେବେ ଉଠିଲା,

ଉଠ ଉଠ ରେ ସୁଯୋଗ୍ୟ ସନ୍ତାନ ଭାଷା କୁ ବଞ୍ଚାଅ ଆହ୍ୱାନ ଦେଲା।


ମଧୁସୁଦନ,ଫକୀର ମୋହନ ଭାଷା ପାଇଁ ଆନ୍ଦୋଳନ କରିଲେ,

ଗଙ୍ଗାଧର ମେହେର କୃଷ୍ଣ ଚନ୍ଦ୍ର ଗଜପତି ସ୍ୱର ଉଠାଇଲେ।


ଗୋପବନ୍ଧୁ ଉତ୍କଳ. ମାଟି ପାଇଁ 

ଜାଗ୍ରତ ହେଲେ,

ନିଜ କାବ୍ୟ କବିତା ରେ ପ୍ରତି ଓଡିଆ

ମନେ ଭାଷା ପ୍ରୀତି ଆଣିଲେ।


ଉଠ ଉଠ ରେ ଓଡ଼ିଆ ଉଠିବ ଆଉ କେତେ ଦିନେ,

ପୂରୁବ ଗୌରବ ପଡ଼ୁ ନାହିଁ କି ତୁମ ମନେ।


ମାତୃଭୁମି ମାତୃଭାଷା ପ୍ରତି ଯା ହୃଦେ ମମତା ନାହିଁ,

ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ।


ଉଚ୍ଚ ହେବା ପାଇଁ କର ଯେବେ ଆଶା,

ଉଚ୍ଚ କର ଆଗେ ନିଜ ମାତୃଭାଷା।


କବି ଯେବେ ଆମ ଭାଷା ପାଇଁ ଆଗକୁ ଗଲେ,

ଆମ ଓଡ଼ିଆ ର ସ୍ୱତନ୍ତ୍ର ସ୍ଥାନ ସାରା ବିଶ୍ୱ ରେ ରଖିଲେ।


ଆମ ଭାଷା ଆମ ଗୌରବ ସେ କଥା ଭୁଲିବା ନାହିଁ,

ଆମେ ବଞ୍ଚିଥିବା ଆମ ଓଡ଼ିଆ ଭାଷା ର ମାନ ରଖିବା ପାଇଁ।


ବୁଗୁଡ଼ା,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics